-
ଫେସଲେସ ଆସେସମେଂଟ ଓ ଟ୍ୟାକ୍ସପେୟର ଚାର୍ଟର ଲାଗୁ କଲେ
ନୂଆଦିଲ୍ଲୀ- ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ସ୍ୱଚ୍ଛ ଟିକସ ବ୍ୟବସ୍ଥା-ସଚ୍ଚୋଟଙ୍କୁ ସମ୍ମାନ’ (ଟ୍ରାନ୍ସପାରେଂଟ ଟାକ୍ସେସନ-ଅନରିଂ ଦି ଅନେଷ୍ଟ) ପ୍ଲାଟଫର୍ମର ଉଦ୍ଘାଟନ କରିଛନ୍ତି । ସଚ୍ଚୋଟ କରଦାତା ମାନଙ୍କୁ ପ୍ରୋତ୍ସାହିତ କରିବା ଓ କର ପ୍ରଣାଳୀରେ ସ୍ୱଚ୍ଛତା ଆଣିବା ପାଇଁ ସେ ଭିଡିଓ କନଫ୍ରେନିଂ ଯୋଗେ ଏହାର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ ବର୍ତମାନ ଚାଲୁଥିବା ସଂରଚନାତ୍ମକ ସଂସ୍କାରର ପ୍ରକ୍ରିୟା ଆଉ ଏକ ସ୍ତରକୁ ପହଂଚିଛି । ଡାଇରେକ୍ଟ ଟ୍ୟାକ୍ସ ରିଫର୍ମର ଆଗାମୀ ପର୍ଯ୍ୟାୟର ଶୁଊାରମ୍ଭ କରି ସେ କହିଛନ୍ତି ଯେ ଫେସଲେସ ଆସେସମେଂଟ ଓ ଟ୍ୟାକ୍ସପେୟର ଚାର୍ଟର ଗୁୁରୁବାର ଠାରୁ ଲାଗୁ ହୋଇଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ପ୍ରଣାଳୀରେ ଟ୍ରାନସଫର ପୋଷ୍ଟିଂ ପାଇଁ ସୁପାରିଶ ସମାପ୍ତ ହେବ । ପ୍ରଣାଳୀ ଫେସଲେସ ହେବା କାରଣରୁ ସ୍ୱଚ୍ଛତା ଆସିବ ।