
ଭୁବନେଶ୍ୱର – ଓଏଏସ ଅଧିକାରୀ ତଥା ପୂର୍ବତନ ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଶ୍ରୀ ଷଡଙ୍ଗୀ ଜନୈକା ମହିଳା କର୍ମଚାରୀଙ୍କୁ ଅସଦବ୍ୟବହାର କରିଥିବା ଅଭିଯୋଗ ଥିଲା । ଏହି ଘଟଣାରେ ଗତ ଜୁଲାଇରେ ବିଭୁପ୍ରସାଦ ଗିରଫ ହୋଇଥିଲେ । ଏଥିପାଇଁ ଆୟୁଷ ନିର୍ଦ୍ଦେଶକ ପଦରୁ ମଧ୍ୟ ତାଙ୍କୁ ନିଲମ୍ବିତ କରାଯାଇଥଲା ।ଉଲ୍ଲେଖ୍ୟଯୋଗ୍ୟ ଯେ ଆୟୁଷ ନିର୍ଦ୍ଦେଶକ ଥିବା ବେଳେ ବିଭୁପ୍ରସାଦ ଷଡଙ୍ଗୀ ତାଙ୍କ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବାର ସମ୍ପୃକ୍ତ ମହିଳା ଭୁବନେଶ୍ୱର ସ୍ଥିତ ମହିଳା ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ବିଭୁ ଷଡଙ୍ଗୀଙ୍କୁ ଗତ ଜୁଲାଇ ୯ ତାରିଖରେ ଗିରଫ କରାଯାଇଥିଲା ଏବଂ ୧୩ ତାରିଖ ପର୍ଯ୍ୟନ୍ତ ସେ ବିଚାର ବିଭାଗୀୟ ହାଜତରେ ଥିଲେ ।