
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୧୨/୦୮/୨୦୨୦, ଆନ୍ତର୍ଜାତୀୟ ଯୁବଦିବସ ଅବସରରେ ପୁରୀ ଜିଲ୍ଲା ସ୍କୁଲ ୯୧ ବ୍ୟାଚ ଓ ଗୁପ୍ ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ପୁରୀ ଜିଲ୍ଲା ଜେଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁରୀଜିଲ୍ଲା ସ୍କୁଲର ପୁରାତନ ଛାତ୍ରଛାତ୍ରୀମାନେ ଏକାଠି ହୋଇ ଫନି ବାତ୍ୟାରେ ନଷ୍ଟ ହୋଇଥିବା ବୃକ୍ଷର ପୁନରୁଦ୍ଧାର ଲକ୍ଷ୍ୟରେ ପୁରୀ ଜେଲକୁ ସବୁଜ ସୁନ୍ଦର କରିବାପାଇଁ ୩୫୦ଟି ଆମ୍ବ, ପଣସ, ଡାଳିମ୍ବ, ସେପଟା, ପିଜୁଳି, ଲିଚୁ, ଜାମୁ ଇତ୍ୟାଦୀ ଗଛ ଜେଲ ସୁପରିଟେଣ୍ଟ ସରୋଜ କୁମାର ବିଶ୍ବାଳଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ବିଶ୍ବାଳ କହିଥିଲେ, ଯୁବଶକ୍ତିର ବିକାଶ ଦ୍ୱାରା ଦେଶ ଓ ବିଶ୍ୱର ବିକାଶ ସମ୍ଭବ । ଯୁବଶକ୍ତି ବିଶ୍ୱର ଶାନ୍ତି ତଥା ସାମାଜିକ ସମନ୍ବୟ ଆଣି ପାରିବେ । ଦେଶର ଯୁବଶକ୍ତିକୁ ଉଚିତ ମାର୍ଗଦର୍ଶନ ଆଣି ପାରିବେ । ଦେଶ ର ଯୁବ ଶକ୍ତିକୁ ଉଚିତ ମାର୍ଗଦର୍ଶନ କରିପାରିଲେ ବିକଶିତ ରାଷ୍ଟ୍ର ହେବାକୁ ଆମକୁ ବେଶି ସମୟ ଲାଗିବନି । ସର୍ବଶ୍ରୀ ପ୍ରଦୀପ କୁମାର ନାୟକ, ନରସିଂହା ରାଓ, ଜଗନ୍ନାଥ ସେଠୀ, ଜନାର୍ଦ୍ଦନ ପୂଜାପଣ୍ଡା, ସୁନାକର ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିରଳନା କରିଥିଲେ ।