ବ୍ରହ୍ମପୁର : ବୁଧବାର ୨୬୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୮୯ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜିଲ୍ଲାରେ ବୁଧବାର ୫୭ବର୍ଷୀୟ ଓ ୫୭ବର୍ଷୀୟ ୨ଜଣ ପୁରୁଷ ଓ ୪୮ବର୍ଷୀୟ, ୭୪ବର୍ଷୀୟ ୨ଜଣ ମହିଳା ମୋଟ ୪ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୪୪ରେ ପହଁଚିଛି । ଜିଲ୍ଳାରୁ ବୁଧବାର ୨୬୦ଜଣ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୨୨ଜଣ କୋଭିଡ଼୍ ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ ୨ଜଣ ରାଜ୍ୟ ଫେରନ୍ତା ରହିଛନ୍ତି । ସେହିପରି ସ୍ଥାନୀୟ ସଂକ୍ରମିତ ୨୩୬ଜଣ ରହିଛନ୍ତି । ୨୨ ସଂକ୍ରମିତ କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୨, ବେଲଗୁଣ୍ଠା ୧, ବିଏମ୍ସିରୁ ୨, ଭଞ୍ଜନଗର ୮, ଛତ୍ରପୁର ୬, ଖଲ୍ଲିକୋଟ ୧, ରଙ୍ଗେଇଲୁଣ୍ଡା ୧ ସୋରଡା ବ୍ଲକ୍ରୁ ଜଣେ ରହିଛନ୍ତି । ରାଜ୍ୟ ଫେରନ୍ତା ୨ଜଣ ପୁରୁଷୋତ୍ତମପୁର ଓ ପାତ୍ରପୁର ବ୍ଲକ୍ରୁ ଜଣେ ଲେଖାଏଁ ରହିଛନ୍ତି । ସେହିପରି ୨୩୬ଜଣ ପଜିଟିଭ୍ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୨, ବେଗୁନିଆପଡା ୬, ବେଲଗୁଣ୍ଠା ୧୩, ବିଏମ୍ସି ୩୩, ଭଞ୍ଜନଗର ୨୧, ବୁଗୁଡା ୧୩, ଛତ୍ରପୁର ୧୭, ଚିକିଟି ୧୮, ଧରାକୋଟ ୨, ଦିଗପହଣ୍ଡି ୧୩, ଗଞ୍ଜାମ ୧୫, ହିଞ୍ଜିଳିକାଟୁ ୧୦, ଜଗନ୍ନାଥପ୍ରସାଦ ୩, କବିସୂର୍ଯ୍ୟନଗର ୨, ଖଲ୍ଲିକୋଟ ୮, କୁକୁଡାଖଣ୍ଡି ୧୨, ପାତ୍ରପୁର ୬, ପୋଲସରା ୧, ପୁରୁଷୋତ୍ତମପୁର ୩, ରଙ୍ଗେଇଲୁଣ୍ଡା ୨୫, ସାନଖେମୁଣ୍ଡି ୩, ସୋରଡା ବ୍ଲକ୍ରୁ ୭ଜଣ ଓ ଅନ୍ୟାନ୍ୟ ୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୧୩୫୭୫ରେ ପହଞ୍ôଚଥିବା ବେଳେ ୧୪୪ଜଣଙ୍କ ମୃତ୍ୟୁ ହୋଇଛି । ସମୁଦାୟ ସୁସ୍ଥ ସଂଖ୍ୟା ୧୧୧୫୯ରେ ପହଂଚିଛି । ଜିଲ୍ଲାରେ ଏବେ ୧୮୮୩ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।