-
ଗଜପତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ୍ ରହିଛି: ଚନ୍ଦ୍ରଶେଖର
-
ଗଞ୍ଜାମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୁଭ ଦୃଷ୍ଟି ରହିଛି: ବିକ୍ରମ (ଫଟୋଯାଇଛି)
ବ୍ରହ୍ମପୁର: ଦୀର୍ଘ ୪ମାସ ହେଲା କରୋନାର ପରାଳ ରୂପରେ ସାରା ବିଶ୍ୱ ମହାମାରୀ କରୋନାରେ ଧରାଶାୟୀ ହୋଇଛି । ଦେଶ ଓ ତଥା ରାଜ୍ୟ ସଟ୍ ଡାଉନ୍ ଓ ଲକ୍ ଡାଉନ୍ରେ ରହିଥିବା ବେଳେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ବୁଧବାର ସ୍ୱତନ୍ତ୍ର କ୍ୟାବିନେଟ୍ ବୈଠକରେ ରାଜ୍ୟର ବିକାଶ ପାଇଁ ୨୦ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେଥିମଧ୍ୟରେ ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଗୁମ୍ମା ଓ କାଶୀନଗର ବ୍ଲକ୍ର ଜନସାଧାରଣଙ୍କ ବହୁଦିନର ଦାବି ତଥା ୨ବ୍ଲକ୍ର ପ୍ରାୟ ୬୦ହଜାର ଜନସାଧାରଣଙ୍କୁ ଉତ୍ତମ ଜଳ ଯୋଗାଣ ପାଇଁ ୧୩୫କୋଟି ଟଙ୍କା ବ୍ୟୟ ମଞ୍ଜୁରକୁ କ୍ୟାବିନେଟ୍ ମୋହର ମାରିଛି । ଏହି ଖବର ଗଜପତିରେ ପହଞ୍ôଚବାପରେ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି ବୋଲି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ବ୍ରହ୍ମପୁର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସାଂସଦ ଶ୍ରୀ ସାହୁ ଗଜପତି ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ସୁଦ୍ଧା ୫୦୦କୋଟି ପ୍ରଦାନ କରିଥିବା ବେଳେ କରୋନା ମହାମାରୀ ବେଳେ ଆଉ ୧୩୫କୋଟି ଟଙ୍କା ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଦାନ କରିଛନ୍ତି । ଉକ୍ତ ଯୋଜନାରେ କାଶୀନଗର ବ୍ଲକ୍ର ୧୦ଟି ପଞ୍ଚାୟତର ୮୭ଟି ଗାଁର ୪୮ହଜାର ଜନସାଧାରଣ ଓ ଗୁମ୍ମା ବ୍ଲକ୍ର ୪ଟି ପଞ୍ଚାୟତର ୧୬ଟି ଗ୍ରାମର ୧୨ହଜାର ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ ବୋଲି ସାଂସଦ ମତବ୍ୟକ୍ତ କରିଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଉପସ୍ଥିତରହି ଗଞ୍ଜାମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୃଷ୍ଟି ରହିଛି । ବିଶେଷକରି ବ୍ରହ୍ମପୁରର ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଯୋଗାଣ ଭଳି ସମସ୍ତ ପ୍ରକାର ମୌଳିକ ସମସ୍ୟାର ସମାଧାନ କରିପାରିଛନ୍ତି । ଏହାଛଡା ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଓଡ଼ିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକରି ରାଜ୍ୟବ୍ୟାପି ରକ୍ତଦାନ ଅଭିଯାନକୁ ଗୁରୁତ୍ୱ ଦେଉଛନ୍ତି । ସମ୍ପ୍ରତି ଦେଖାଦେଇଥିବା ରକ୍ତ ଅଭାବକୁ କିଭଳି ପୁରଣ କରାଯିବ ସେନେଇ କାର୍ଯ୍ୟକ୍ରମ ଜାରି ରଖାଯାଇଛି ବୋଲି ବିଧାୟକ ଶ୍ରୀ ପଣ୍ଡା ସୂଚନା ଦେଇଥିଲେ । ପୂର୍ବତନ ବିଧାୟକ ତଥା ରାଜ୍ୟ ନିର୍ମାଣ ଶ୍ରମିକ ଓ ବିଭିନ୍ନ କୋଠାବାଡି କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଉପସ୍ଥିତରହି କହିଥିଲେ ଯେ, ରାଜ୍ୟରେ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପୂର୍ବରୁ ମହିଳାମାନେ କେବଳ ଦିନର କାର୍ଯ୍ୟ କରିବାର ସୁବିଧା ଥିଲା । ସମ୍ପ୍ରତି ଏବେ ରାତିରେ ମଧ୍ୟ କାର୍ଯ୍ୟ କରିବା ନେଇ ଅନୁମତି ପ୍ରଦାନ କରିଥିବାରୁ ମହିଳାମାନେ ଅଧିକ ସ୍ୱବାଲମ୍ବି ହେବାସହ ରୋଜଗାରକ୍ଷମ ହୋଇପାରିବେ ବୋଲି ସୂଚନା ଦେଇଥିଲେ । କେବଳ ସେତିକି ନୁହଁ ପୂର୍ବରୁ ୩ମାସକୁ ୭୫ଘଣ୍ଟା ଓଭର ଟାଇମ୍ ଥିବାବେଳେ ତାହାକୁ ବୃଦ୍ଧିକରି ୧୧୫ଘଣ୍ଟା କରାଯାଇଥିବା ବେଳେ ପୂର୍ବରୁ ୨୪୦ଦିନ କାର୍ଯ୍ୟକଲେ ଛୁଟି ମିଳୁଥିଲା । ଉକ୍ତ ନିୟମକୁ ପରିବର୍ତ୍ତନକରି ୧୪୯ଦିନ କାର୍ଯ୍ୟକଲେ ଛୁଟି ମିଳିପାରିବ ବୋଲି କହିଥିଲେ । ଶ୍ରମିକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏଭଳି ସହନାଭୁତି ପାଇଁ ଶ୍ରମିକ ବୋର୍ଡ ସଭାପତି ଭାବେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ବୋଲି କହିଥିଲେ । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ସୁବାଶ ଚନ୍ଦ୍ର ମହାରଣା ଉପସ୍ଥିତରହି ଗଞ୍ଜାମ ଜିଲ୍ଲାରେ ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମକୁ କିପରି ଅଧିକରୁ ଅଧିକ କରାଯାଇପାରିବ ସେ ଉପରେ ଗୁରୁତ୍ୱ ଦେଇଥିଲେ ।