ବ୍ରହ୍ମପୁର : ଯୁକ୍ତଦୁଇ ବିଜ୍ଞାନ ବୋର୍ଡ ପରୀକ୍ଷା ଫଳରେ ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ସଫଳତା ହାସଲ କରି ମହାବିଦ୍ୟାଳୟର ପୂର୍ବ ୧୧ବର୍ଷର ରେଡର୍କକୁ ବଜାୟ ରଖିଛନ୍ତି । ଚଳିତ ବର୍ଷ ୧୫ଜଣ ଛାତ୍ରଛାତ୍ରୀ ୯୦ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି କୃତକାର୍ଯ୍ୟ ହେବା ସହ ରାଜ୍ୟରେ ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି । ୧୪୪ଜଣ ଛାତ୍ରଛାତ୍ରୀ ୫୦୦ରୁ ଊର୍ଦ୍ଧ୍ୱ ନମ୍ବର ରଖିଛନ୍ତି । ପ୍ରକାଶିତ ହୋଇଥିବା ଯୁକ୍ତଦୁଇ ବିଜ୍ଞାନ ବୋର୍ଡ ପରୀକ୍ଷା ଫଳରେ ମହାବିଦ୍ୟାଳୟର ମୋଟ ୫୦୪ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୪୫୦ଜଣ ଛାତ୍ରଛାତ୍ର୍ରୀ ପ୍ରଥମ ଶ୍ରେଣୀରେ, ୪୬ଜଣ ଦ୍ୱିତୀୟ ଶ୍ରେଶୀରେ ଓ ୬ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ମହାବିଦ୍ୟାଳୟର ଛାତ୍ର ପ୍ରଥମ ସ୍ଥାନରେ ସାର୍ଥକ ରଞ୍ଜନ ରାଉତ ମୋଟ ୫୬୬ନମ୍ବର, ଦ୍ୱିତୀୟରେ ଇପ୍ସିତା ମହାପାତ୍ର ୫୬୩, ତୃତୀୟରେ ସଜେଶ କୁମାର ଜେନା ଓ ସାହିଲ କୁମାର ଗୌଡ ୫୫୨, ଚତୁର୍ଥରେ ଶୁଭେନ୍ଦୁ ପାଣିଗ୍ରାହୀ ୫୫୧, ପଞ୍ଚମରେ ଦିବ୍ୟଦର୍ଶନ ପାଣିଗ୍ରାହୀ ୫୫୦, ଷଷ୍ଠରେ ଗୌତମ ରଣା, ଆଶୁତୋଷ କର ୫୪୫, ସପ୍ତମରେ ସୋମନାଥ ସାହୁ ୫୪୪, ଅଷ୍ଟମରେ ଅନିକେତ ଦାସ ୫୪୨, ନବମରେ କ୍ରିଷ୍ଣା ସ୍ୱାଇଁ, ରୁଦ୍ରପ୍ରସାଦ ମହାପାତ୍ର ୫୪୧, ଦଶମରେ ବିକାଶ କୁମାର ସାବତ, ଆଶିଷ ମିଶ୍ର, ଶ୍ରୀକାନ୍ତ ପଟ୍ଟନାୟକ ୫୪୦ ମାର୍କ ରଖି ଅନୁଷ୍ଠାନର ଗୌରବକୁ ବଜାୟ ରଖିଛନ୍ତି । ପ୍ରକାଶଥାଉକି, ଅନୁଷ୍ଠାନର ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ର ସାର୍ଥକ ରଞ୍ଜନ ରାଉତ ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ଇପ୍ସିତା ମହାପାତ୍ର ରାଜ୍ୟରେ ପଞ୍ଚମ ସ୍ଥାନ ଏବଂ ସଜେଶ କୁମାର ଜେନା ଓ ସାହିଲ କୁମାର ଗୌଡ ରାଜ୍ୟରେ ତ୍ରୟୋଦଶ ସ୍ଥାନ ଏହିପରି ୪ଜଣ ଛାତ୍ରଛାତ୍ରୀ ରାଜ୍ୟରେ ୩୦ଜଣଙ୍କ ମଧ୍ୟରେ ସ୍ଥାନ ପାଇ ଅନୁଷ୍ଠାନ ପାଇଁ ଅପୂର୍ବ ଗୌରବ ଆଣି ଦେଇଛନ୍ତି । ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୦ପ୍ରତିଶତରୁ ଉର୍ଦ୍ଧ୍ୱରେ ୧୫ଜଣ, ୮୦ରୁ ୯୦ପ୍ରତିଶତ ମଧ୍ୟରେ ୨୦୫, ୭୦ରୁ ୮୦ପ୍ରତିଶତରୁ ଉର୍ଦ୍ଧ୍ୱରେ ମୋଟ ୧୬୨ଜଣ, ୬୦ରୁ ୭୦ପ୍ରତିଶତରୁ ଊର୍ଦ୍ଧ୍ୱରେ ୬୮ଜଣ ଛାତ୍ରଛାତ୍ରୀ ସ୍ଥାନ ପାଇଛନ୍ତି । ଛାତ୍ରଛାତ୍ରୀମାନଙ୍କର ଏହି ରାଜ୍ୟସ୍ତରୀୟ ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡଃ.ଶ୍ରୀକାନ୍ତ ମହାପାତ୍ର, ଉପସଭାପତି ହରିକୃଷ୍ଣ ନାୟକ, ସମ୍ପାଦକ ନାରଣ୍ଣ ପଣ୍ଡା, ଯୁଗ୍ମ ସମ୍ପାଦିକା ଇଂ.ମମତା ପାଣିଗ୍ରାହୀ, କୋଷାଧ୍ୟକ୍ଷ ରବିନ୍ଦ୍ରନାଥ ଜେନା, ସଦସ୍ୟ ନୀଳକଣ୍ଠ ସାହୁ, ବାସନ୍ତୀ ବେହେରା, ଉପଦେଷ୍ଟା ଧର୍ମରାଜ ସାହୁ, ନରସିଂହ ଚୌଧୁରୀ, ସୁଦର୍ଶନ ପାଢ଼ୀ, ହରିକୃଷ୍ଣ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବି.ଗଜପତି ରାଓ, ମହାବିଦ୍ୟାଳୟ ଅଧ୍ୟକ୍ଷ ଏସ୍.ମୋହନ ରାଓ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଉମାଧବ ମହାନ୍ତି, ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସମସ୍ତ ଅଭିଭାବକଙ୍କ ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
Related Stories
November 23, 2024