
ମାଲକାନଗିରି-କାଲିମେଳାବ୍ଲକ ସଦର ବସଷ୍ଟାଣ୍ଡ ନିକଟରେ ମଙ୍ଗଳବାର ରାତି ୮ଟା ସମୟରେ ଏକ ୧୦ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରାଯାଇଛି। ସାପଟି ରାସ୍ତା ଉପରେ ପ୍ରଥମେ ଦେଖା ଦେଇଥିବା ବେଳେ ଏହାକୁ ଦେଖିବା ପାଇଁ ବହୁଲୋକ ଏକତ୍ରିତ ହୋଇଥିଲେ ପରେ ସାପଟି ଭୟରେ ରାସ୍ତାକଡ଼ ଘାଷ ଭିତରେ ପଶିଯାଇଥିଲା । ସାପଟିକୁ ଧରିବା ପାଇଁ କାଲିମେଳା ରେଞ୍ଜର ରାମଚନ୍ଦ୍ର ମାଡକାମିଙ୍କୁ ସୂଚନା ଦିଆଯାଇଥିଲେ ମଧ୍ୟ ସେ ଆସିନଥିଲେ କି ତାଙ୍କର କୈଣଷି କର୍ମଚାରୀଙ୍କୁ ମଧ୍ୟ ପଠାଇନଥିଲେ। ପ୍ରାୟ ୧ ଘଣ୍ଟା ପଯ୍ୟନ୍ତ ଅପେକ୍ଷା କରି ଶେଷରେ ସାହସ ଜୁଟାଇ ସ୍ଥାନୀୟ ଅଂଚଳର କିଛି ଯୁବକ ମାନେ ବହୁ କଷ୍ଟ କରି ସାପଟିକୁ ଉଦ୍ଧାର କରିଥିଲେ l ଆକାଶ ପ୍ରଧାନ, ଅନୁପ ସାହା, ମିଣ୍ଟୁ ବିଶ୍ଵାସ ଙ୍କ ସହ ଅନ୍ୟ କିଛି ଯୁବକ ସାପଟିକୁ କାବୁ କରି ବସ୍ତା ରେ ପୁରାଇ ନେଇଥିବା ଜଣାପଡିଛି !ସୂଚନା ଥାଉକି ସାପ ଉଦ୍ଧାର ହୋଇଥିବା ସ୍ଥାନ ରାସ୍ତା କଡହୋଇଥିବା ବେଳେ ଏହି ରାସ୍ତାଦେଇ ଶହ ସହ ଲୋକ ଯାତାୟତ କରୁଛନ୍ତି ! ଏଥିସହ ନିକଟରେ ମେଡିକାଲ ରହିଛି ଏବଂ ଲୋକମାନଙ୍କ ଘର ମଧ୍ଯ ରହିଛି। ତେଣୁ ସାପଟି କୁଆଡେ ମେଡିକାଲ ଭିତରକୁ କିମ୍ବା ଜନବସତି ଆଡ଼କୁ ଚାଲିଯିବା ଏବଂ ରାସ୍ତା ଉପରକୁ ଆସି ଗାଡି ମୋଟର ରେ ଚାପି ଯିବାର ଭୟ ରହିଥିଲା ! ତେଣୁ ବାଧ୍ୟ ହୋଇ ଯୁବକ ମାନେ ତାକୁ ଉଦ୍ଧାର କରିଥିଲେ l ସାପ ଉଦ୍ଧାର ହୋଇଥିବା ସ୍ଥାନ ଠାରୁ କାଲିମେଳା ଫରେଷ୍ଟ ଅଫିସ ମାତ୍ର କେତେ ଦୂର ହୋଇଥିବା ବେଳେ ଫରେଷ୍ଟ କର୍ମଚାରୀ ମାନେ ନ ଆସିବା ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି !