
ଗଞ୍ଜାମ– ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆସିକା ସ୍ଥିତ କୁଷ୍ଠାଶ୍ରମ (ଲେପର୍ସି ହସ୍ପିଟାଲ)କୁ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ଼୍ ହସ୍ପିଟାଲରେ ପରିଣତ କରି ତାର ଉଦଘାଟନ କରିଛନ୍ତି । ଆସିକା ସାଂସଦ ପ୍ରମିଳା ବିଶୋଇ କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେଇଥିଲେ । ଏହି ଡ଼ାକ୍ତରଖାନାରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ୬ ଜଣ ଡ଼ାକ୍ତର ସମେତ ଫାର୍ମାସିଷ୍ଟ, ନର୍ସ ଏବଂ ଆବଶ୍ୟକୀୟ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଛି । ଏହି ଡ଼ାକ୍ତରଖାନାରେ ଆବଶ୍ୟକୀୟ ଅକ୍ସିଜେନ ସମେତ ଅନ୍ୟାନ୍ୟ ଚିକିତ୍ସା ଉପକରଣ ମହଜୁଦ ରଖାଯାଇଛି । ଏଠାରେ ବିଶେଷ କରି ଆସିକା, ଶେରେଗଡ଼, ଭଞ୍ଜନଗର, ସୋରଡ଼ା, ଧରାକୋଟ ବ୍ଲକ୍ ର କରୋନା ଚିହ୍ନଟ ଆକ୍ରାନ୍ତ ମାନେ ଚିକିତ୍ସା ସୁବିଧା ପାଇବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।