
ଭୁବନେଶ୍ବର– ଫ୍ୟାକ୍ଟ୍ରିରେ ନିରାପତ୍ତା ଓ ସୁରକ୍ଷା ପାଇଁ ପଦକ୍ଷେପ ନେବା ସହ କଣ ପ୍ରସ୍ତୁତି ରହିଛି ତାହାର ରିପୋର୍ଟ ପ୍ରଦାନ କରିବାକୁ ଫ୍ୟାକ୍ଟ୍ରି ଆଣ୍ଡ ବଏଲର ନିର୍ଦ୍ଦେଶକ ସବୁ ଫ୍ୟାକ୍ଟ୍ରିକୁ ଚିଠି ଲେଖିଛନ୍ତି ।
ଲେବାନନ ବିସ୍ଫୋରଣ ଘଟଣା ପରେ ତତ୍ପରତା ପ୍ରକାଶ କରି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପତ୍ର ଲେଖା ଯାଇଥିବା କୁହା ଯାଉଛି । ଫ୍ୟାକ୍ଟ୍ରିରେ ବିସ୍ଫୋରକ ସାମଗ୍ରୀ କେତେ ଇନ୍ଧନ ଜାତୀୟ ସାମଗ୍ରୀ କେତେ ରହିଛି ତାହାର ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ ଏହି ପତ୍ର ଜରିଆରେ କୁହା ଯାଇଛି ।
ଉଲ୍ଲେଖନୀୟ ଯେ ଗତ 4 ତାରିଖରେ ଲେବାନନ ହୋଇଥିଲା ବଡ଼ ଧରଣର ବିସ୍ଫୋରଣ । ଏଥିରେ ପ୍ରାୟ 70 ଜଣ ପ୍ରାଣ ହରାଇଥିଲେ ।