କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଓ ଭଲ୍ୟୁନଟାରି ଏଜେନସି ଫର ସୋସିଆଲ ଆକ୍ସନ ପକ୍ଷରୁ ୩୦, ୦୦୦ ଉର୍ନ୍ନତ ଶ୍ରୀଫଳ ଚାରା ବଣ୍ଟନ କାର୍ଯ୍ୟକ୍ରମକୁ ପୂଜ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଉଦଘାଟନ କରିଛନ୍ତି |ଆଜି ମାଧ୍ୟାନ୍ନରେ ପୁରୀ ଗୋବର୍ଦ୍ଧନ ପୀଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଏହି ଅଭିଯାନକୁ ୫ ଟି ଶ୍ରୀଫଳ ଚାରା ପ୍ରଦାନ କରି ଉଦଘାଟନ କରିଥିଲେ |ଗତବର୍ଷ ଫନି ବାତ୍ୟାରେ ୩ ଲକ୍ଷ ନଡ଼ିଆ ଗଛ ଭାଙ୍ଗିଯାଇ ଚାଷୀ ମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିଲା | ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ୩୦, ୦୦୦ ନଡ଼ିଆ ଚାରା ବଣ୍ଟନ ପାଇଁ ଆସିଅଛି |ପୁରୀ ସହର ବ୍ଲକ, ସତ୍ୟବାଦୀ, ପିପିଲି, ବ୍ରହ୍ମଗିରି, ଗୋପ ଓ କାକଟପୁର ଚାଷୀ ମାନଙ୍କୁ ଏହି ଗଛ ବଣ୍ଟନ କରାଯିବ |ଆଜିର କାର୍ଯ୍ୟକ୍ରମରେ ଆମେରିକାର ଓଡ଼ିଆ ସ୍ବେଛାସେବୀ ପ୍ରିୟଦର୍ଶନ ପାତ୍ର, ଵାସ୍ତୁବିତ ମନୋଜ ଲେଙ୍କା, ରୋଟାରୀଆନ ମନୋଜ ତ୍ରିପାଠୀ ଓ କୁଳଦେବ ରଥ ଯୋଗଦେଇଥିଲେ |କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ମନ୍ତ୍ରପାଠ ପୂର୍ବକ ଶ୍ରୀ ମାତୃ ପ୍ରସାଦ ମିଶ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ |ମୁକ୍ତି ମଣ୍ଡପ ସଦସ୍ୟ ଶ୍ରୀ ବିଚିତ୍ରା ନନ୍ଦ ମିଶ୍ର ଆଦି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଯୋଗ ଦେଇଥିଲେ |ଶ୍ରୀ ଭାବଗ୍ରାହୀ ଶାସ୍ତ୍ରୀ, କୁମୁଦିନୀ ପଣ୍ଡା, କମଲ କୁମାର, ଇତିଶ୍ରୀ, ଲଲାଟେନ୍ଦୁ ମିଶ୍ର ଓ ଇନ୍ଦିରା ମିଶ୍ର, ଗୋବର୍ଦ୍ଧନ ପୀଠରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |ଭାଷା ର ସମ୍ପାଦିକା ଜୟନ୍ତୀ ସାହୁ ଅତିଥି ମାନଙ୍କୁ ଧନ୍ୟବାଦ ଦେଇଥିଲେ |ଏହି ଶ୍ରୀଫଳ ବୃକ୍ଷ ଚାରା ବଣ୍ଟନ ଅଭିଯାନ ଗାନ୍ଧୀ ଜୟନ୍ତୀ ଅକଟୋବର ୨ ତାରିଖ ଦିନ ସମାପ୍ତ ହେବବୋଲି ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟରର ଅଧ୍ୟକ୍ଷ ପରେଖ ନାୟକ ସୂଚନା ଦେଇଛନ୍ତି |ଏହି ଶ୍ରୀଫଳ ଅଭିଯାନରେ ଶତାଧିକ ସ୍ବେଛାସେବୀ ଅନୁଷ୍ଠାନ ସହଯୋଗ କରିବେ ବୋଲି ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ କୁହାଯାଇଛି |
Related Stories
November 22, 2024