-
“ଦାରୁ ଦିଅଁଙ୍କ ପାଇଁ ଗଛଟିଏ” ଶୀର୍ଷକ ଏକ ରାଜ୍ୟସ୍ତରୀୟ ଅନ୍ଲାଇନ୍ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ,
ପୁରୀ,ମଙ୍ଗଳବାର ପବିତ୍ର ଜନ୍ମାଷ୍ଟମୀ ଅବସରରେ “ଆମେ ଶ୍ରୀକ୍ଷେତ୍ରବାସୀ” ଅନୁଷ୍ଠାନ ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ରାଧାବଲ୍ଲଭ ମଠ ପ୍ରାଙ୍ଗଣରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା ଓ ମାଧବ ମହାପାତ୍ରଙ୍କ ସମେତ ପ୍ରାପ୍ତନ ବ୍ୟାଙ୍କ ଅଧିକାରୀ ଶଙ୍କର ପଣ୍ଡା, ରଙ୍ଗଶାଳାର ନିର୍ଦ୍ଦେଶକ ବିକ୍ରମ କୁମାର ସାହୁ, ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଅନୁଷ୍ଠାନ ପକ୍ଷରୁ “ ଗଛ ଟିଏ ପାଇଁ ଦିନ ଟିଏ” କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ । ଗତ ମହାବାତ୍ୟାରେ ଯେପରି ଶ୍ରୀକ୍ଷେତ୍ର ର ସବୁଜିମା ନଷ୍ଟ ହୋଇ ପ୍ରକୃତି ମା’କୁ ଦୁଃଖ ଦେଇଛି, ଆମେ କେବଳ ବ୍ୟାପକ ବୃକ୍ଷରୋପଣ ଦ୍ଵାରା ପ୍ରକୃତି ମା’ ଓଠରେ ପୁଣିଥରେ ହସ ଫୁଟାଇପାରିବା । ଏହି ବୃକ୍ଷରୋପଣ ନିମନ୍ତେ ପ୍ରତ୍ୟେକ ଜଗନ୍ନାଥପ୍ରେମୀ ମାନଙ୍କୁ ଏକାଠି କରିବା ଉଦ୍ଦେଶ୍ୟରେ ଅନୁଷ୍ଠାନ ପକ୍ଷରୁ “ଦାରୁ ଦିଅଁଙ୍କ ପାଇଁ ଗଛଟି କାର୍ଯ୍ୟକ୍ରମ ପୁରୀ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଇଛି । ଏହି ସମ୍ମିଳନୀର ପ୍ରାରମ୍ଭରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ କାମନା କରି ସମସ୍ତ ସଦସ୍ୟଙ୍କ ଦ୍ଵାରା ଶ୍ରୀମନ୍ଦିର ସିଂହଦ୍ଵାର ସମୁଖରେ ସମୂହ ଦୀପଦାନ କରାଯାଇଥିଲା । ଆଗାମୀ ଅଗଷ୍ଟ ମାସ ୧୪ ତାରିଖ ଶୁକ୍ରବାର ଦିନରେ “ଗଛ ଟିଏ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ମାଧ୍ୟମରେ ପୁରୀ ଜିଲ୍ଲା ସମେତ ସମଗ୍ର ଓଡ଼ିଶାର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବା ପାଇଁ ସମ୍ମଳନୀରେ ଆହ୍ବାନ ଦିଆଯାଇଥିଲା । ଏହି ପରିପ୍ରେକ୍ଷିରେ ପିଲାମାନଙ୍କ ମଧ୍ୟରେ ବୃକ୍ଷରୋପଣ ନିମନ୍ତେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ “ ଦାରୁ ଦିଅଁଙ୍କ ପାଇଁ ଗଛଟିଏ” ଶୀର୍ଷକ ଏକ ରାଜ୍ୟସ୍ତରୀୟ ଅନ୍ଲାଇନ୍ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିବା ବେଳେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ବୋଲି ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି । ଯେଉଁମାନେ ଅଗଷ୍ଟ ୧୪ ତାରିଖ ଦିନ ଆମର ଏହି ଅଭିଯାନ ରେ ସାମିଲ ହେବେ ସେମାନେ ବୃକ୍ଷରୋପଣର ସମସ୍ତ ସୂଚନା ଆମ ଅନୁଷ୍ଠାନର Whats App No 9853766600 ରେ ପ୍ରଦାନ କରିବାକୁ ଅନୁଷ୍ଠାନର ସଦସ୍ୟମାନଙ୍କ ଦ୍ଵାରା ନିବେଦନ କରାଯାଇଛି । ଏହି ଅଭିଯାନକୁ ଆଗାମୀ ଦିନରେ ଆହୁରି ଯୋରଦାର କରାଯିବ ଯୋଜନା ରହିଥିବା ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ଓ ଆଇଜିବୀ ଦୀପକ କୁମାର ପଣ୍ଡା ପ୍ରମୁଖ ସୂଚନା ପ୍ରଦାନ କରିଛନ୍ତି । ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଦସ୍ୟ ଶ୍ରୀପଦା ସାମନ୍ତରାୟ,, ସଦସ୍ୟ ବ୍ରଜ ସାହୁ, ପ୍ରୀତମ ରଂଜନ ଦାଶ, ଅମର କୁମାର ବାରିକ ପ୍ରମୁଖ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ । ଶେଷରେ ଅନୁଷ୍ଠାନର ସଦସ୍ୟ ସତ୍ୟ ନାରାୟଣ ସାହୁ ଉପସ୍ଥିତ ସମସ୍ତ ଅତିଥ୍ୟ ଓ ଗଣମାଧ୍ୟମ ପ୍ରତିନଧି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତ୍ୟେକ ଜଗନ୍ନାଥପ୍ରେମୀ ଏହି ଦିନଟିରେ ଠାକୁରଙ୍କ ପାଇଁ ନିଜସ୍ୱ ଉଦ୍ୟମରେ ବୃକ୍ଷରୋପଣ କରିବାକୁ ଆହ୍ବାନ ଦେଉଛନ୍ତି । ଏଥି ସହ ୧୪ ତାରିଖ ଅଭିଯାନରେ ସାମିଲ ହୋଇଥିବା ସମସ୍ତ ଅନୁଷ୍ଠାନ କିମ୍ବା ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ୩୦ ଜଣଙ୍କୁ ଶ୍ରେଷ୍ଠ ବଛାଯାଇ ୧୫ ତାରିଖରେ ପୁରଷ୍କୃତ କରାଯିବାର ଯୋଜନା ରହିଥିବା ସଦସ୍ୟମାନେ ସୂଚନା ପ୍ରଦାନ କରିଛନ୍ତି ।