
ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ I
ଭୁବନେଶ୍ବର : ସ୍ଵଛ ଭାରତ ଅଭିଯାନ ର ଏକ ଅଂଶ ଭାବେ ପୂର୍ବତଟ ରେଳପଥ ଭୁବନେଶ୍ୱର ର ମଞ୍ଚେଶ୍ୱର ସ୍ଥିତ ରେଳଡବା ମରାମତି କାରଖାନା ଠାରେ ବର୍ଜ୍ୟବସ୍ତୁ ରୁ ଉର୍ଜା ସଂରକ୍ଷଣ ପାଇଁ ଏକ ପ୍ଲାଣ୍ଟ ସ୍ଥାପନ କରିବାକୁ ଯାଉଅଛି I ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଆଜି ରେଳଡବା ମରାମତି କାରଖାନା ଠାରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଓ ଅନ୍ୟାନ ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଆଜି ଏହି ପ୍ଲାଣ୍ଟ ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି I
ଭୁବନେଶ୍ୱର ସ୍ଥିତ ରେଳଡବା ମରାମତି କାରଖାନାରୁ ବହୁ ଅଣଲୌହ ଓ ଧାତବ ବର୍ଜ୍ୟବସ୍ତୁ ଉତ୍ପନ ହେଉଛି ଯାହାର ପରିଚାଳନା ପାଇଁ କୌଣସି ପଦ୍ଧତି ନାହିଁ I ଏହା କେବଳ ଯେନତେନ ପ୍ରକାର ଖାଲ ସ୍ଥାନମାନଙ୍କୁ ପୂର୍ଣ୍ଣ କରିଥାଏ ଏବଂ ପରିବେଶ ପ୍ରତି ବିପଦପୂର୍ଣ୍ଣ ହୋଇଥାଏ I ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ଏହାପ୍ରତି ଧ୍ୟାନଦେଇ ଏହି ଅସୁବିଧାକୁ ଦୁରକରିବାକୁ ଯାଇ ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ଏକ ପ୍ଲାଣ୍ଟ ସ୍ଥାପନ କରିବାକୁ ଯାଉଅଛି ଯାହାକୁକି ପଲିକ୍ରାକ ପଦ୍ଧତି କୁହାଯାଉଅଛି I ଏହା ବିଶ୍ୱର ପ୍ରଥମ ପେଟେଣ୍ଟ ବିଷମ ଉତପ୍ରେରକ ପ୍ରକ୍ରିୟା ଯାହାକି ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁକୁ ହାଇଡ୍ରୋକାର୍ବନ ତରଳ ଇନ୍ଧନ, ଗ୍ୟାସ, କାର୍ବନ ଏବଂ ଜଳରେ ରୂପାନ୍ତରିତ କରିଥାଏ I ଭୁବନେଶ୍ୱର ଠାରେ ସ୍ଥାପନ ହେବାକୁ ଥିବା ବର୍ଜ୍ୟବସ୍ତୁରୁ ଉର୍ଜା ବା ଇନ୍ଧନ ପ୍ଲାଣ୍ଟ ଭାରତୀୟ ରେଳବାଇରେ ପ୍ରଥମ ଏବଂ ଦେଶରେ ତୃତୀୟ ପ୍ଲାଣ୍ଟ ହେବ I
ଏହି ପଲିକ୍ରାକ ପଦ୍ଧତି ପ୍ଲାଣ୍ଟ ସମସ୍ତ ପ୍ରକାର ବର୍ଜ୍ୟବସ୍ତୁ ଯଥା ପ୍ଲାଷ୍ଟିକ, ପେଟ୍ରୋଲଜାତ ଆବର୍ଜନା, ୫୦ ଭାଗ ଆଦ୍ରତା ଥିବା ଅଲଗା ହୋଇନଥିବା ବିଭିନ୍ନ ପ୍ରକାର ଅଳିଆ, ଇ-ୱେଷ୍ଟ, ଗାଡିମଟର ଗୁଡିକର ଆବର୍ଜନା, ଅର୍ଗାନିକ ୱେଷ୍ଟ ସହିତ ବାଉଁଶ ଜାତୀୟ ପଦାର୍ଥ, ବଗିଚା ଗୁଡିକର ବର୍ଜ୍ୟବସ୍ତୁ, ଅନାବନା ବୃକ୍ଷ ଯଥା ଯାଥ୍ରୋପା ଫଳ କିମ୍ବା ଖଜୁରୀ ଜାତୀୟ ଫଳର ଗୋଚ୍ଛା ଗୁଡିକୁ ବ୍ୟବହାର କରି ଉର୍ଜା ବା ଇନ୍ଧନ ସୃଷ୍ଟି କରିପାରିବ I
ବହଳିଆ ପଦାର୍ଥକୁ ବିଶୋଧନ ପାଇଁ ଏବେ ବ୍ୟବହୃତ କରାଯାଉଥିବା ପ୍ରକ୍ରିୟା ଠାରୁ ପଲିକ୍ରାକ ପଦ୍ଧତିର ସୁବିଧା ଗୁଡିକ ହେଲା –
ଏହି ପ୍ରଣାଳୀରେ ମିଶ୍ରିତ ବର୍ଜ୍ୟବସ୍ତୁ ଗୁଡିକୁ ଅଲଗା ଅଲଗା କରିବା ଦରକାର ପଡ଼େନି I ମିଶ୍ରିତ ବର୍ଜ୍ୟବସ୍ତୁ କୁ ପଲିକ୍ରାକ ପ୍ଲାଣ୍ଟ ରେ ସିଧାସଳଖ ପ୍ରକ୍ରିୟାକରଣ କରାଯିବ I
ଏହା ଉଚ୍ଚ କ୍ଷମତା ସମ୍ପନ୍ନ ହୋଇଥିବାରୁ ବହଳିଆ ବର୍ଜ୍ୟବସ୍ତୁ ଗୁଡିକୁ ଶୁଖାଇବା ଦରକାର ନାହିଁ I
ବର୍ଜ୍ୟବସ୍ତୁ ଗୁଡିକୁ ପ୍ରକ୍ରିୟାକରଣ କରାଯାଇ ୨୪ ଘଣ୍ଟା ମଧ୍ୟରେ ଇନ୍ଧନ ସୃଷ୍ଟି କରାଯାଇଥାଏ I
ଏହା ଏକ ସଂଲଗ୍ନ ୟୁନିଟ ଅଟେ ଯାହାଦ୍ୱାରା କାର୍ଯ୍ୟକରିବା ସମୟରେ ଧୂଳି ବାତାବରଣ ସୃଷ୍ଟି ହୋଇନଥାଏ ଏବଂ ପ୍ଲାଣ୍ଟ ନିକଟରେ ଭଲ ସ୍ୱାସ୍ଥ୍ୟକର ପବନର ପରିବେଶ ଥାଏ I
ଏହି ପ୍ଲାଣ୍ଟ ରେ ଜୈବିକ ଅପଶିଷ୍ଟ ବାହାରିନଥାଏ ଏବଂ ବର୍ଜ୍ୟବସ୍ତୁ ଯେଉଁଭଳି ଆସିଥାଏ ସେଭଳି ବାହାରିଯାଇଥାଏ I
ପ୍ଲାଣ୍ଟ ର ଆକାର ଛୋଟ ହୋଇଥିବାରୁ ଏହା ବଡ ଜାଗା ଦରକାର କରିନଥାଏ I
ସମସ୍ତ ଅବୟବ ତତ୍ୱ ଉର୍ଜାରେ ପରିବର୍ତନ ହୋଇଥାଏ ଏବଂ ଏହା ଶୂନ୍ୟ ନିରବହନ ପ୍ରକ୍ରିୟା ସୃଷ୍ଟି କରିଥାଏ I
ଏହି ପ୍ରକ୍ରିୟାରେ ସୃଷ୍ଟି ହେଉଥିବା ଗ୍ୟାସର ଉପଯୋଗ ପ୍ରଣାଳୀକୁ ଇନ୍ଧନ ପାଇଁ କାର୍ଯ୍ୟକାରୀ କରାଇଥାଏ ଯାହାଦ୍ୱାରା ଏହା ଉର୍ଜାର ଆବଶ୍ୟକତାକୁ ପୂରଣ କରି ପରିଚାଳନାରେ ଖର୍ଚ ହେଉଥିବା ଇନ୍ଧନ ଖର୍ଚାକୁ କମ କରାଇଥାଏ I
ଫୋରକମ୍ବରସନ ଗ୍ୟାସ ଗୁଡିକୁ ଛାଡି ଅନ୍ୟ ପାରମ୍ପରିକ ପ୍ରକ୍ରିୟାରେ ସୃଷ୍ଟି ହେଉଥିବା ବାୟୁମଣ୍ଡଳୀୟ ପ୍ରଦୂଷଣ ଏହାଦ୍ୱାରା ହୋଇନଥାଏ ଏବଂ ଏହା ବିଶ୍ୱରେ ପ୍ରଚଳିତ ପ୍ରଦୂଷଣ ମାନଦଣ୍ଡ ମଧ୍ୟରେ କାର୍ଯ୍ୟ କରିଥାଏ I
ଅନ୍ୟ ବିକଳ୍ପ ୪୫୦ ଡିଗ୍ରୀ ପର୍ଯ୍ୟନ୍ତ ସଞ୍ଚାଳିତ ହେଉଥିବା ବେଳେ ଏହା କମ ତାପମାତ୍ରାରେ ସଞ୍ଚାଳିତ ହୋଇଥାଏ I
ଅନ୍ତର୍ନିହିତ ସୁରକ୍ଷା ସୁବିଧା ସହିତ ଏହା ସହଜରେ ଅଣକୁଶଳ କାରିଗର ଦ୍ୱାରା ମଧ୍ୟ ସଞ୍ଚାଳିତ ହୋଇପାରିବ I
ଏହା ଦ୍ୱାରା କମ ଖର୍ଚରେ ବର୍ଜ୍ୟବସ୍ତୁର ପରିଚାଳନା କରାଯାଇଥାଏ I
ଏହା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଏବଂ ପରିଚାଳନା ପାଇଁ କମ ଲୋକ ଦରକାର କରିଥାଏ I
ଏହାର ପ୍ରକ୍ରିୟା ଏକ କମ ଲୁପ ପ୍ରଣାଳୀ ଏବଂ ଏହା କୌଣସି ମାରାତ୍ମକ ପ୍ରଦୁଷକ ବାହାରକୁ ଛାଡ଼ିନଥାଏ I ଦହନଶୀଳ, ଅଣ-ଘନୀଭୂତ ପ୍ରଣାଳୀକୁ ପୂର୍ଣ୍ଣ ପ୍ରକ୍ରିୟାକରଣ କରାଇ ପୁନଃ ବ୍ୟବହାର କ୍ଷମ କରାଇଥାଏ I ଦହନରୁ ଉତ୍ସର୍ଗୀକୃତ ନିର୍ଧାରିତ ପର୍ଯାବରଣ ମାନଦଣ୍ଡ ଠାରୁ ଏଥିରେ କାର୍ଯ୍ୟକାରିତା କରାଯାଏ I ଏହି ପ୍ରକ୍ରିୟା ଉର୍ଜାକୁ ସ୍ୱଳ୍ପ ଇନ୍ଧନ ତୈଳରେ ଉତ୍ପାଦିତ କରିଥାଏ ଯାହାର ଉପଯୋଗ ଲାଇଟ ଫରନେଶ ମାନଙ୍କରେ କରାଯାଇଥାଏ I ଏହି ପ୍ରଣାଳୀ ବିଭିନ୍ନ କ୍ଷେତ୍ରରେ ବହୁ ପୁରସ୍କାର ଗ୍ରହଣ କରିଛି I
ବର୍ଜ୍ୟବସ୍ତୁରୁ ଉର୍ଜା ପ୍ଲାଣ୍ଟ ୦୪ ମାସ ମଧ୍ୟରେ କାର୍ଯ୍ୟକାରୀ ହେବ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ କରାଯାଇଅଛି ଏବଂ ଏହା ଜାନୁୟାରୀ ୨୦୨୦ ସୁଦ୍ଧା କାର୍ଯ୍ୟକ୍ଷମ ହେବ I ଏହି ପଲିକ୍ରାକ ପ୍ଲାଣ୍ଟ ପାଇଁ ସମୁଦାୟ ୦୨ କୋଟି ତାଙ୍କ ବ୍ୟୟ କରାଯିବ I ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା, ଭୁବନେଶ୍ୱର ଷ୍ଟେସନ ଠାରେ ଥିବା କୋଚିଂ ଡିପୋ ସହିତ ଷ୍ଟେସନର ସମସ୍ତ ପ୍ରକାର ବର୍ଜ୍ୟବସ୍ତୁ ଏହି ପ୍ଲାଣ୍ଟ ଦ୍ୱାରା ପ୍ରକ୍ରିୟାକନ ହେବ I
ଭାରତୀୟ ରେଳବାଇରେ ଏହି ପ୍ଲାଣ୍ଟ ପ୍ରଥମଥର ପାଇଁ କାର୍ଯ୍ୟକ୍ଷମ କରାଯାଉଥିବାବେଳେ ଦେଶରେ ଏହା ତୃତୀୟ ପ୍ଲାଣ୍ଟ ଅଟେ I ଦିଲ୍ଲୀ ର ମୋତୀବାଗ ଠାରେ ପ୍ରଥମ ଏବଂ ବାଙ୍ଗାଲୋର ଇନ୍ଫୋସିଟି ରେ ଦ୍ଵିତୀୟ ପ୍ଲାଣ୍ଟ ସ୍ଥାପିତ ହୋଇଥିବା ବେଳେ ଏହା ଦୈନିକ ୫୦ କି.ଗ୍ରା. ବର୍ଜ୍ୟବସ୍ତୁ ପରିଚାଳନା କ୍ଷମତା ରଖିଛି I ପୂର୍ବତଟ ରେଳପଥରେ କରାଯାଉଥିବା ପ୍ଲାଣ୍ଟ ଦୈନିକ ୫୦୦ କି.ଗ୍ରା. ବର୍ଜ୍ୟବସ୍ତୁ ପରିଚାଳନା କ୍ଷମତା ରଖିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଅଛି I ଏଥିପାଇଁ ବାର୍ଷିକ ୨୫ ଲକ୍ଷ ଟଙ୍କା ପରିଚାଳନା ବାବଦରେ ଖର୍ଚ ହେବାକୁ ଥିବା ବେଳେ ୧୦ ରୁ ୧୨ ଲକ୍ଷ ଟଙ୍କା ଆୟ କରିବାର ଯୋଜନା ରହିଛି I