ସମ୍ବଲପୁର/ଭୁବନେଶ୍ୱର – ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇକୁ ଖୁବ ଧୁମଧାମରେ ପାଳନ କରାଯାଉଛି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା\’ ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦ଟା ୫ ମିନିଟ ସମୟରେ ନବାନ୍ନ ଲାଗି କରାଯାଇଥିଲା । ଏହି ପର୍ବ ପାଳନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ତଥା ବିଦେଶରେ ରହୁଥିବା ପଶ୍ଚିମ ଓଡିଶାବାସୀ ଘରକୁ ଫେରିଛନ୍ତି । ନବାନ୍ନ ଲାଗି ପରେ ସମସ୍ତେ ନୂଆ ବସ୍ତ୍ର ପରିଧାନ କରିବା ସହ ଏକାଠି ବସି ନୂଆ ଖାଇବାର ପରମ୍ପରା ରହିଛି ।
ମଙ୍ଗଳବାର ଭୋର ୪ଟା ବେଳୁ ମନ୍ଦିରର ପୂଜକମାନେ ନିଜ ଘରୁ ନବାନ୍ନ ନେଇ ଆସିଥିଲେ । ପ୍ରଥମେ ମା\’ ସମଲେଶ୍ୱରୀଙ୍କ ପାଖରେ ସେହି ନବାନ୍ନ ଅର୍ପଣ କରାଯାଇଥିଲା । ଏହାପରେ ସେଠାରେ ଥିବା ପାର୍ଶ୍ୱ ଦେବାଦେବୀଙ୍କୁ ତାହା ଲାଗି କରାଯାଇଥିଲା । ଏହାପରେ ମହାଆଳତୀ ହୋଇଥିଲା । ତାପରେ ସର୍ବସାଧାରଣଙ୍କ ଦର୍ଶନଲାଗି ମନ୍ଦିର ଖୋଲିଥିଲା ।
ଅପରପକ୍ଷରେ ନୂଆଁଖାଇ ପାଳନ ପାଇଁ ପୁରା ପଶ୍ଚିମ ଓଡିଶା ଉତ୍ସବ ମୁଖର ହୋଇ ଉଠିଛି । ସମ୍ବଲପୁର , କଳାହାଣ୍ଡି , ବଲାଙ୍ଗୀର , ବରଗଡ ଆଦି ଜିଲ୍ଲାରେ ଆନନ୍ଦ ଉତ୍ସାହର ସହ ଏହି ପର୍ବ ପାଳନ କରାଯାଉଛି । ପରିବାରର ସମସ୍ତେ ପିଲା ଠାରୁ ବୁଢା ଏକତ୍ର ବସି ନୂଆ ଖାଇବା ପରେ ନିଜ ଠାରୁ ବଡ ମାନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ।
Hi! I’ve been following your site for some
time now and finally got the courage to go anead and gie you a
shout out from Porter Texas! Just wanted to telll you keep up the good work!
Thanks for writing us. we are trying for our best. thanks for your compliments. regards- Desk.
thank you. if possible try to make a payment like paper rate to increased our team and our efforts
It’s ann amazing pߋst desiցned for all the internet userѕ; theу will get Ƅenefit fr᧐m it I
am sure.
thank you. if possible try to make a payment like paper rate to increased our team and our efforts