ଖୋର୍ଦ୍ଧା/ଟାଙ୍ଗି– ଖୋର୍ଦ୍ଧା ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବାରୁ ସ୍ଥିତିକୁ ଦୃଷ୍ଟିରେ ରଖି ଚିଲିକା ନିର୍ବାଚନ ମଣ୍ଡଳିକୁ ତିନି ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଆଜି ସଂନ୍ଧ୍ୟା ୭ଟା ଠାରୁ ଆଗାମୀ ୭୨ ଙ୍ଘଟା ପାଇଁ ଅର୍ଥାତ୍ ୧୪ ତାରିଖ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପିଲ୍ଲାପାଳ ଅଶୋକ କୁମାର ବେହୁରିଆ ବାଣପୁର ବ୍ଲକ୍ ଓ ବାଣପୁର ଏନଏସିର ସମସ୍ତ ଅଂଚଳକୁ ଆସନ୍ତା ୧୧ ତାରିଖ ସଂନ୍ଧ୍ୟା ୭ଟା ଠାରୁ ୧୪ ତାରିଖ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କରିଥିଲେ । ପରବର୍ତି ସମୟରେ ସମ୍ପୂର୍ଣ୍ଣ ଚିଲିକା ନିର୍ବାଚନ ମଣ୍ଡଳିକୁ ଏଥିରେ ସାମିଲ୍ କରାଯାଇଛି । ଆଜି ସଂନ୍ଧ୍ୟାରୁ ଆଗାମୀ ୩ ଦିନ ପାଇଁ ଏହି କଟକଣା ଲାଗୁ ହେବାକୁ ଯାଉଛି । ସଟ୍ ଡାଉନ୍ ସମୟରେ ସମସ୍ତ ଜନସାଧାରଣ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଅତି ଆବଶ୍ୟକ ନଥିଲେ କୌଣସି ବ୍ୟକ୍ତି ଘରୁ ବାହାରକୁ ବାହାରିବେ ନାହିଁ । ଏହି ଅବଧି ମଧ୍ୟରେ ସଟ୍ ଡାଉନ୍ ଅଂଚଳରେ ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ ।
Related Stories
November 23, 2024