-
ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଗୃହ ବିଭାଗର ଚିଠି
ଭୁବନେଶ୍ୱର – କରୋନା କଟକଣା ଯୋଗୁଁ ଏଥର ସ୍ୱାଧୀନତା ଦିବସ ସମାରୋହକୁ ନିରାଡମ୍ବର ଭାବେ ପାଳନ କରା ଯିବ । ଏଥର ସ୍ୱାଧୀନତା ଦିବସ ସମାରୋହରେ ପରେଡ କିମ୍ବା ମାର୍ଚ ପାଷ୍ଟ ହେବ ନାହିଁ ଓ କିମ୍ବା ସାଧାରଣ ଜନତାଙ୍କୁ ଆମନ୍ତ୍ରିତ କରାଯିବ ନାହିଁ । ଗୋଟିଏ କିମ୍ବା ଦୁଇଟି ପୋଲିସ କଂଟିଜେଂଟ ଏଥିରେ ଭାଗ ନେବେ । ସକାଳ ୯ଟା ପରେ ପତାକା ଉତୋଳନ କରା ଯିବ ।
କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ଏହି ସମାରୋହ ଯଥାସମ୍ଭବ କମ ଲୋକରେ ପାଳନ କରିବାକୁ ରାଜ୍ୟ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦିଆଯାଇଛି ।
ଏଥର କେବଳ ୫୦ରୁ ୭୫ ଜଣ ଲୋକଙ୍କୁ ନେଇ ସ୍ୱାଧୀନତା ଦିବସ ଆୟୋଜନ କରାଯିବ । ସେମାନଙ୍କ ମଧ୍ୟରେ ୧୫ରୁ ୨୦ କରୋନା ଯୋଦ୍ଧାଙ୍କୁ ଅନ୍ତର୍ଭୁକ୍ତ କରାଯିବ । ଏଥରର ସମାରୋହରେ କୋଭିଡ-୧୯ ଯୋଦ୍ଧା ଯେପରିକି ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପରିମଳ କର୍ମୀଙ୍କୁ ଡକାଇ ସେମାନଙ୍କ ସେବାକୁ ସ୍ୱୀକୃତି ଦେବାକୁ ପରାମର୍ଶ ଦିଆଯାଇଛି । ସମାରୋହରେ ଯୋଗଦେଉଥିବା ଲୋକମାନେ ସାମାଜିକ ଦୂରତ୍ୱ ରଖିବେ ଓ ମାସ୍କ ପିନ୍ଧିବେ ପ୍ରବେଶ ପଥରେ ସାନିଟାଇଜର ଆଦି ବ୍ୟବସ୍ଥା କରାଯିବ ।