ମାଲକାନଗିରି– ମାଲାକାନଗିରି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ ବଢିବା ସହ ଲାଗୁ ହୋଇ ଚାଲୁଛି ନୂଆ ନୂଆ ନିୟମ l ଆଜି ପୁଣି ଏକ ନୂତନ ନୋଟିସ୍ ଜାରୀ କରିଛନ୍ତି ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନୟନ୍ନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ବାଳମୁକୁନ୍ଦ ଭୂଇଆଁ l
ଏହି ନୋଟିସ ଅନୁଯାୟୀ, ମାଲକାନଗିରି ବ୍ଲକ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ଠାରୁ ବ୍ୟବହୃତ ହେଉଥିବା ନିଆଁ ଲିଭା ଯନ୍ତ୍ର ସହ ବିଦ୍ୟାଳୟରେ ବ୍ୟବହୃତ ହୋଇଥିବା ବକେଟ ଗୁଡ଼ିକୁ କୋଭିଡ ସେଣ୍ଟରକୁ ଆଣି ବ୍ୟବହାର କରିବା ପାଇଁ ନିର୍ଦେଶ ଦେଇଛନ୍ତି ପିଡ଼ି ଡ଼ି.ଆର.ଡ଼ି.ଏ l ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ କୋଭିଡ୍ ପାଇଁ ବିପୁଳ ପରିମାଣର ଅର୍ଥରାଶି ଆସିଥିଲେ ମଧ୍ୟ, କୋଭିଡ ନିୟମାବଳି ଅନୁସାରେ ରୋଗୀ ମାନଙ୍କ ପାଇଁ ସମସ୍ତ ବ୍ୟବହାରିକ ସାମଗ୍ରୀ ନୂତନ ଭାବରେ ଅଣାଯିବାର ନିୟମ ଥିବା ସତ୍ୱେ କାହିଁକି ଏଭଳି ଏକ ନୋଟିସ୍ ଜାରୀ କରାଯାଇଛି ତାହା ଏବେ ପ୍ରଶ୍ନବାଚୀ ? କୋଭିଡ ସେଣ୍ଟରର ସୁରକ୍ଷାକୁ ଆଖିଆଗରେ ରଖି ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ କୁ ବିପଦ ଆଡ଼କୁ ଟାଣି ନେଉଛନ୍ତି କି ପ୍ରଶାସନ ? ଗଣଶିକ୍ଷା ମନ୍ତ୍ରୀଙ୍କ କଥା ଅନୁସାରେ, ଆସନ୍ତା ଅଗଷ୍ଟ ୩୧ ପରେ ଅର୍ଥାତ ସେପ୍ଟେମ୍ବର ପହିଲାରୁ ସମସ୍ତ ବିଦ୍ୟାଳୟ ଖୋଲିବାର ସମ୍ଭବନା ଥିବା ବେଳେ ବିଦ୍ୟାଳୟରେ ପଢୁଥିବା ସମସ୍ତ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା ନିହାତି ଆବଶ୍ୟକ l ଯଦି ଶିକ୍ଷା ଅନୁଷ୍ଠାନରୁ ଅଗ୍ନି ନିୟନ୍ତ୍ରଣ ଯନ୍ତ୍ର ଓ ବକେଟ ଅଣାଯାଉଅଛି ତାହା ହେଲେ ଯେଉଁ ସମୟରେ ଏହା ପୁନଃ ବିଦ୍ୟାଳୟ ପରିସରକୁ ଯିବ ସେଇ ସଂକ୍ରମିତ ବସ୍ତୁକୁ ବ୍ୟବହାର କରି ନିରୀହ ପିଲାମାନେ ସଂକ୍ରମଣର ଶିକାର ନହେବେ ଏକଥା କିଏ ଅବା କହି ପାରିବ l ତାଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ ପ୍ରଶାସନ ଦାୟୀ ରହିବ ତ ? ତାହାବି ବର୍ତ୍ତମାନ ଏକ ପ୍ରଶ୍ନ ଉପୁଜୁଛି l ସେହିପରି ପ୍ରଥମେ ଯେତେବେଳେ କୋଭିଡ ସଚେତନତା ପାଇଁ ସରକାର ନିୟମାବଳୀ ପ୍ରସ୍ତୁତ କଲେ ସେତେବେଳେ କଣ ସରକାର “ପେସେଣ୍ଟ ସେଫଟି” ର ସମସ୍ତ ନିୟମ ପାଳନ କରି ସୂଚନା ପ୍ରସ୍ତୁତ କରିଥିଲେ ? ଯଦିଓ “ପେସେଣ୍ଟ ସେଫଟି”ର ନିୟମ ଅନୁଯାଇ ଯେଉଁଠାରେ ପେସେଣ୍ଟ ମାନଙ୍କୁ ରଖାଯିବାର ବ୍ୟବସ୍ଥା କରାଯାଇଥାଏ ସେଠାରେ ସମସ୍ତ ପ୍ରକାରର ସୁରକ୍ଷା କ୍ଷେତ୍ରକୁ ମଧ୍ୟ ଧ୍ୟାନ ଦିଆଯାଇଥାଏ l ସେଥି ମଧ୍ୟରେ ଅଗ୍ନି ନିୟନ୍ତ୍ରଣ ଦିଗକୁ ଯଦି ବିଶେଷ ଦିଗ କୁହାଯିବ ବୋଧହୁଏ ଏହାର କୌଣସି ଅତ୍ୟୁକ୍ତି ହେବନାହିଁ l କିନ୍ତୁ କଣ ଏହା ଅହମଦାବାଦର କୋଭିଡ ସେଣ୍ଟର ଅଗ୍ନିକାଣ୍ଡ ପରେ ସରକାରଙ୍କ ଦୃଷ୍ଟି ଗୋଚର ହେଲା ? ପୂର୍ବରୁ କାହଁକି ଏଥିପ୍ରତି କୌଣସି ଧ୍ୟାନ ଦିଆଯାଇ ନଥିଲା ? ଏହା ଛଡା ଯଦି ଓ ନିୟମ ଅଛି କି ସମସ୍ତ ରୋଗୀଙ୍କ ପାଇଁ ଅଲଗା ଅଲଗା ବାଲଟି ଆଉ ମଗ ର ବ୍ୟବସ୍ଥା କରାଯିବ ତେବେ ପୁଣି କାହିଁକି ଏଭଳି ଏକ ନୋଟିସ ବ୍ଲକ ଶିକ୍ଷା କାର୍ଯ୍ୟାଳୟକୁ ଜାରୀ କରିଛନ୍ତି ପି.ଡ଼ି ? ତେବେ ବର୍ତ୍ତମାନ ବିଦ୍ୟାଳୟ ମାନଙ୍କଠାରୁ ଅଗ୍ନି ନିୟନ୍ତ୍ରଣ ଯନ୍ତ୍ର ଓ ବକେଟ ଆଣି କୋଭିଡ ସେଣ୍ଟର ମାନଙ୍କରେ ବ୍ୟବହାର କରିବା କେତେଦୂର ଯୁକ୍ତିଯୁକ୍ତ ତାହା ବିଚାର ସାପେକ୍ଷ ।