ଭୁବନେଶ୍ୱର – ମ୍ୟାନେଜ୍ମେଂଟ୍ ବା ପରିଚାଳନା ବିଦ୍ୟାରେ ଦକ୍ଷତା ହାସଲ କରିବାକୁ ହେଲେ ମହାଭାରତ ଅଧ୍ୟୟନ ନିହାତି ଜରୁରୀ; କାରଣ ଏଥିରେ ଏହାର ସଫଳ ପ୍ରୟୋଗର ଭୁରୁ ଭୁରି ଉଦାହରଣ ରହିଛି । ସଂକଳର ସିଦ୍ଧି ପର୍ଯ୍ୟନ୍ତ ଯାତ୍ରାର ସଠିକ ପରିଚାଳନା ହେଉଛି ମ୍ୟାନେଜ୍ମେଂଟ୍ । ଇଚ୍ଛା ଶକ୍ତି ଓ ସଂଜମତାକୁ ଆଧାର କରି ସଂକଳ୍ପରୁ ପରିପୂରଣ ନିମନ୍ତେ ଅଧ୍ୟବସାୟ ଓ ସାଧନା ଦରକାର । ଲକ୍ଷ୍ୟ ହାସଲ ନିମନ୍ତେ ଯେଉଁ ମାର୍ଗ ନିର୍ମାଣ କରିବାକୁ ପେଡେ଼ ତାହା ହିଁ ମ୍ୟାନେଜ୍ମେଂଟ୍ ଏବଂ ଏଥି ନିମନ୍ତେ ଆମ ଇତିହାସ, ଐତିହ୍ୟ, ପୁରାଣ, ଲୋକ କଥା ଓ ସାମୁହିକ ଉପଲବ୍ଧିରୁ ପ୍ରେରଣା ସଂଗ୍ରହ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ହେଇଛନ୍ତି ।
ସୋମବାର ଭୁବନେଶ୍ୱରରେ ଭାରତୀୟ ବିଦ୍ୟାଭବନର ସେଂଟର ଫର୍ କମୁନିକେସନ ଆଣ୍ଡ ମ୍ୟାନେଜ୍ମେଂଟ୍ର ସମାବର୍ତନ ଉସôବରେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ପ୍ରତିÂା ଓ ସଫଳତାର ଚାରିଗୋଟି ଭିତି ହେଉଛି କ୍ଷମତା, ସମତା, ମମତା ଓ ବିନମ୍ରତା । ଏହା ମଧ୍ୟରେ ଉପଯୁକ୍ତ ସମନ୍ୱୟ ଓ ସଂହତି ଏକାନ୍ତ ଆବଶ୍ୟକ । ଭୟ, ଲଘୁତା ଭାବ, ଅଂହଭାବ, ସଂଶୟ, ଆତ୍ମବିଶ୍ୱାସତା ଓ ପରିଶ୍ରମ କାତରତା ହେଉଛନ୍ତି ମଣିଷର ମୁଖ୍ୟ ଶତ୍ରୁ । ଏଥିରେ ଆକ୍ରାନ୍ତ ହେଲେ ସଫଳତା ମିଳିବ ନାହିଁ । ଏଣୁ ଏହିସବୁ ପ୍ରତିବନ୍ଧକକୁ ଅତିକ୍ରମ କରି ଉପଲବ୍ଧ ସୁବିଧାର ସଫଳ ଉପଯୋଗ କରିବା ହେଉଛି ସଫଳ ପରିଚାଳନା ପଦ୍ଧତି ।
ନିଜ ଉପରେ ବିଶ୍ୱାସ ରଖିବା ଜରୁରୀ । ନିଜକୁ ନେଇ ସଂଶୟ ସୃଷ୍ଟି ହେଲେ ଏହା ଘାତକ ସାବ୍ୟସ୍ତ ହୋଇପାରେ । ସଂଶୟଠୁ ଦୂରରେ ରହି ଗଭୀର ଆତ୍ମ ପ୍ରତ୍ୟୟ ସହ ଲକ୍ଷ୍ୟ ହାସଲ ପାଇଁ କାର୍ଯ୍ୟ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି ।
ବ୍ୟକ୍ତିଗତ ଜୀବନରେ ସମୟର ପରିଚାଳନା, ଖାଦ୍ୟ ପରିଚାଳନା ଓ ଆଧ୍ୟାତ୍ମିକ ଅନ୍ୱେଷଣ ପ୍ରତି ଆଗ୍ରହର ବିଶେଷ ପ୍ରାସଂଗିକତା ରହିଛି । ପତ୍ୟେକ ବ୍ୟକ୍ତ ଭିନ୍ନ ଓ ଅନନ୍ୟ । ନିଜେ ହିଁ ନିଜର ଆଲୋକ । ନିଜ ଉପରେ ଭରସା ରଖିବା ସହିତ ନିଜକୁ କାହା ଦ୍ୱାରା ପରିଚାଳିତ ନ ହେବା ପାଇଁ ପ୍ରସ୍ତୁତ ରଖିବା ଉପରେ ରାଜ୍ୟପାଳ ପ୍ରଫେସର ଲାଲ ଗୁରୁତ୍ୱ ଆରୋପ କରିଛନ୍ତି ।
ଭାରତୀୟ ବିଦ୍ୟାଭବନ, ଭୁବନେଶ୍ୱରର ଅଧ୍ୟକ୍ଷ ମେଜର ଜେନେରାଲ ବି.କେ. ମହାପାତ୍ର, ମହା ନିଦେ୍ର୍ଧଶକ ଏସ୍.କେ. ତାମୋଟିଆ, ବରିÂ ନିଦେ୍ର୍ଧଶକ ଲେଫ୍ଟନାଟ୍ କର୍ଣ୍ଣେଲ ପି.କେ. ସାହୁ, ଡ଼ିନ୍ ପ୍ରଫେସର ସୁଜାତା ମଂଗରାଜ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।
ରାଜ୍ୟପାଳ ୭୪ ଜଣ ଛାତ୍ରଛାତ୍ରୀଙ୍କୁ ପିଜି ଡ଼ିପ୍ଲୋମା ଇନ୍ ମ୍ୟାନେଜ୍ମେଂଟ୍ ସାର୍ଟିଫିକେଟ୍ ପ୍ରଦାନ କରିବା ସହ କୃତି ଛାତ୍ରଛାତ୍ରୀଙ୍କୁ ବିଶେଷ ପଦକରେ ସମ୍ମାନିତ କରିଥିଲେ । ଏହି ଅବସରରେ ସ୍ୱର୍ଗତ ବନମାଳି ପଟ୍ଟନାୟକ, ସ୍ୱର୍ଗତ ନ୍ୟାୟମୂର୍ତି ରଂଗନାଥ ମିଶ୍ର, ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ, ରାମହରି ଜେନା, ପଦ୍ମଶ୍ରୀ ସୁଦର୍ଶନ ସାହୁ, ଇତି ସାମନ୍ତ, ସଂଗୀତା ଗୋସାଇଁ ପ୍ରମୁଖ ବିଭିନ୍ନ କ୍ଷେତ୍ରରେ ପ୍ରତିÂିତ ବ୍ୟକ୍ତିବିଶେଷଙ୍କୁ ‘ଭବନ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା ।