
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ପ୍ରତିଷ୍ଠାତା ଓ ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ସାମୁହିକ ଗୀତ ଗୋବିନ୍ଦ ପାଠ ଏବଂ ହନୁମାନ ଚାଳିଶା ପାଠ କରାଯାଇଛି |ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ପ୍ରଭୁ ଶ୍ରୀକୃଷ୍ଣ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି କି ସାରାବିଶ୍ୱରେ ଗୋମାତାଙ୍କ ରକ୍ଷା ହେଉ| ଭାରତ ବର୍ଷ ହିନ୍ଦୁ ରାଷ୍ଟ୍ର ହୋଇଥିବାବେଳେ ଗୋମାତାଙ୍କ ପ୍ରତି ସମସ୍ତଙ୍କ ଆଗ୍ରହ ବଡିବା ସହିତ ଘରେ ଘରେ ଗୋମାତା ପୂଜା ପାଇବା ଦରକାର| ବିଶ୍ୱବାସୀ ଙ୍କ କଲ୍ୟାଣ ହେବା ସହିତ କରୋନା ମହାମାରୀ ରୁ ସମସ୍ତଙ୍କୁ ପ୍ରଭୁ ଶ୍ରୀକୃଷ୍ଣ ରକ୍ଷା କରନ୍ତୁ |
ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଓ ସଂପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଶ୍ରୀରାମ ସୁନ୍ଦରକାଣ୍ଡ ସତସଙ୍ଗ ପରିବାରର ସଦସ୍ୟ ମାନେ ହେଲେ ପଣ୍ଡିତ ବଳରାମ ମିଶ୍ର, କାର୍ତ୍ତିକ ପଣ୍ଡା, ବିପିନ ବିହାରୀ ପତି, ସବିତା ପତି, ପୁରୁଷୋତ୍ତମ ପଣ୍ଡା, ରାଜ କୁମାର ପତି, ପିତାମ୍ବର ପଣ୍ଡା,ତ୍ରିଲୋଚନ ତ୍ରିପାଠୀ, ମନୋଜ କୁମାର ପଣ୍ଡା, ଦିଲ୍ଲୀପ କୁମାର ମହାନ୍ତି, ଗଣେଶ୍ୱର ପଣ୍ଡା, ସଂଘମିତ୍ରା ପତି ଏବଂ ଉପସ୍ଥିତ ସତସଙ୍ଗ ପରିବାରର ଅନ୍ୟ ସଦସ୍ୟ ମାନେ ସାମୁହିକ ଗୀତ ଗୋବିନ୍ଦ ଓ ହନୁମାନ ଚାଳିଶା ପାଠ କରିବା ସହିତ ବିଶ୍ୱବାସୀଙ୍କ କଲ୍ୟାଣ ଏବଂ କରୋନା ମହାମାରୀ ରୁ ସମସ୍ତଙ୍କୁ ପ୍ରଭୁ ଶ୍ରୀକୃଷ୍ଣ ରକ୍ଷା କରନ୍ତୁ ସେଥିପାଇଁ ସାମୁହିକ ପ୍ରାର୍ଥନା କରିଥିଲେ |କରୋନା ନିୟମକୁ ପାଳନ କରିବା ସହିତ ମାସ୍କ ପରିଧାନ କରି, ସାମାଜିକ ଦୂରତ୍ୱ ରଖି ଏହି ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା |