ବ୍ରହ୍ମପୁର: ସୋମବାର ୨୩୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୮୨ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜିଲ୍ଲାରେ ସୋମବାର ୮୫ବର୍ଷୀୟ, ୬୫ବର୍ଷୀୟ, ୫୦ବର୍ଷୀୟ, ୫୫ବର୍ଷୀୟ, ୫୦ବର୍ଷୀୟ ମୋଟ ୫ଜଣ ପୁରୁଷ ଓ ୭୦ବର୍ଷୀୟ ଜଣେ ମହିଳା ମୋଟ ୬ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୪୫ରେ ପହଁଚିଛି । ଏଥିମଧ୍ୟରେ ୧୩୭ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୮ଜଣ ଅଣ କୋଭିଡ଼୍ ମୃତ୍ୟୁ ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଜିଲ୍ଳାରୁ ସୋମବାର ୨୩୩ଜଣ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୧୮ଜଣ କୋଭିଡ଼୍ ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ ୮ଜଣ ରାଜ୍ୟ ଫେରନ୍ତା ରହିଛନ୍ତି । ସେହିପରି ସ୍ଥାନୀୟ ସଂକ୍ରମିତ ୨୦୭ଜଣ ରହିଛନ୍ତି । ୧୮ ସଂକ୍ରମିତ କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ବେଗୁନିଆପଡା ବ୍ଲକ୍ରୁ ୧, ବିଏମ୍ସିରୁ ୩, ଭଞ୍ଜନଗର ୫, ଛତ୍ରପୁର ୨, ଗଞ୍ଜାମ ୧, ହିଞ୍ଜିଳିକାଟୁ ୧, ଖଲ୍ଲିକୋଟ ୧, କୁକୁଡାଖଣ୍ଡି ୧, ରଙ୍ଗେଇଲୁଣ୍ଡା ବ୍ଲକ୍ରୁ ୩ଜଣ ରହିଛନ୍ତି । ରାଜ୍ୟ ଫେରନ୍ତା ୮ଜଣ ବେଲଗୁଣ୍ଠା ବ୍ଲକ୍ରୁ ଜଣେ, ଭଞ୍ଜନଗର ୧, ସାନଖେମୁଣ୍ଡି ୨, ଶେରଗଡ ବ୍ଲକ୍ରୁ ୪ଜଣ ରହିଛନ୍ତି । ସେହିପରି ୨୦୭ଜଣ ପଜିଟିଭ୍ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୬, ବେଗୁନିଆପଡା ୩, ବେଲଗୁଣ୍ଠା ୮, ବିଏମ୍ସି ୩୩, ଭଞ୍ଜନଗର ୬, ବୁଗୁଡା ୮, ଛତ୍ରପୁର ୧୦, ଚିକିଟି ୧୨, ଧରାକୋଟ ୫, ଦିଗପହଣ୍ଡି ୬, ଗଞ୍ଜାମ ୭, ହିଞ୍ଜିଳିକାଟୁ ୭, ଜଗନ୍ନାଥପ୍ରସାଦ ୧୧, ଖଲ୍ଲିକୋଟ ୯, କୁକୁଡାଖଣ୍ଡି ୧୧, ପାତ୍ରପୁର ୬, ପୋଲସରା ୫, ପୁରୁଷୋତ୍ତମପୁର ୩, ରଙ୍ଗେଇଲୁଣ୍ଡା ୪୪, ସାନଖେମୁଣ୍ଡି ୩, ଶେରଗଡ ୨ ଓ ସୋରଡା ବ୍ଲକ୍ରୁ ୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୧୩୦୮୮ରେ ପହଞ୍ôଚଥିବା ବେଳେ ୧୪୫ଜଣଙ୍କ ମୃତ୍ୟୁ ହୋଇଛି । ସମୁଦାୟ ସୁସ୍ଥ ସଂଖ୍ୟା ୧୦୭୫୫ରେ ପହଂଚିଛି । ଜିଲ୍ଲାରେ ଏବେ ୨୧୯୬ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।
Related Stories
November 23, 2024
November 23, 2024
November 23, 2024