ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ସୂଚନା ଅନୁଯାୟୀ ସହରରେ ୨୪୧୯ଜଣ ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ ୧୯୯୦ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୩୯୫ଜଣ ସଂକ୍ରମିତ କୋଭିଡ୍ ହସ୍ପିଟାଲ ଓ ଘରୋଇ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି । ଇତି ମଧ୍ୟରେ ୩୪ଜଣ ମୃତ୍ୟୁବରଣ କରିଛନ୍ତି । ନିଗମ ଅଞ୍ଚଳରେ ୯୯ଜଣିଆ ସ୍ୱାସ୍ଥ୍ୟ ଟିମ୍ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି । ୮ଟି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରତ୍ୟେକ ଦିନ ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମ ଜାରି ରହିଛି । ସ୍ଥାନୀୟ ଅନ୍ଧପସରା ରୋଡ୍ସ୍ଥିତ ଆମ୍ବ ବଜାର ନିକଟରେ ୫୦୦ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର କାର୍ଯ୍ୟକ୍ଷମ କରୁଥିବା ଜଣାପଡିଛିା ସୋମବାର ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ଟ୍ୱିଟ୍କରି ଏହି ସୂଚନା ପ୍ରଦାନ କରିଛନ୍ତି ।
Related Stories
November 22, 2024