Related Stories
November 22, 2024
ବ୍ରହ୍ମପୁର: ଓଡ଼ିଶା ମୋ ପରିବାର ତରଫରୁ ସପ୍ତାହବ୍ୟାପି ଜୀବନବିନ୍ଦୁ କାର୍ଯ୍ୟକ୍ରମ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି । ସୋମବାର ଦ୍ୱିତୀୟ ଦିନରେ ୫୧ଜଣ ସ୍ୱେଚ୍ଛାକୃତ ଭାବେ ଆସି ରକ୍ତଦାନ କରିଛନ୍ତି । ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ରକ୍ତଦାନ ଓ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ସହରର ବହୁ ଦଳୀୟ କର୍ମୀ, ବୃଦ୍ଧିଜୀବୀ, ସ୍ୱେଚ୍ଛାସେବୀ ସାମିଲ୍ ହୋଇ ରକ୍ତଦାନକରି ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଆଗେଇ ଆସନ୍ତୁ ବୋଲି ବିଧାୟକ ବିକ୍ରମ ପଣ୍ଡା ସହରବାସୀଙ୍କୁ ଅନୁରୋଧ କରିଛନ୍ତି । ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ପକ୍ଷରୁ ରକ୍ତ ସଂଗ୍ରହ ଅଭିଯାନ ଜାରି ରହିଛି । ଦ୍ୱିତୀୟ ଦିନ ରକ୍ତଦାନ ଶିବିରକୁ ବିଧାୟକ ଶ୍ରୀ ପଣ୍ଡା ଶୁଭାରମ୍ଭ କରିଥିଲେ । ଏହି କରୋନା ମହାମାରୀ ସମୟରେ ରକ୍ତ ଅଭାବ ଦୂର କରିବା ପାଇଁ ରକ୍ତଦାନକରି ସାହାସୀକତାର ପରିଚୟ ଦେଇଥିବା ରକ୍ତଦାତାମାନଙ୍କୁ ବିଧାୟକ ଶ୍ରୀ ପଣ୍ଡା ସାଧୁବାଦ ଜଣାଇଥିଲେ । ରକ୍ତଦାନ ଶିବିରରେ ସୁବାଷ ମହାରଣା, ସଞ୍ଜିତ ପାଣିଗ୍ରାହୀ, ମଦନମୋହନ ଦଳାଇ, ମହାନଗର ଯୁବ ସଭାପତି ମୁକୁନ୍ଦ ଗୌଡ, ଉଦୟନାଥ ବେହେରା, ସଞ୍ଜୟ ଜେନା, ରବିନ୍ଦ୍ର ସାହୁ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।