-
୫୦୦ରୁ ଅଧିକ ଡାକ୍ତର ଓ ବିଶେଷଜ୍ଞ ଭାଗ ନେଲେ
ଏହି ସମ୍ମିଳନୀରେ ଦେଶ ବିଦେଶରୁ ପାଞ୍ଚ ଶହରୁ ଉର୍ଦ୍ଧ୍ୱ ବିଶେଷଜ୍ଞ ଓ ସେବାକାରୀ ଡାକ୍ତର ଯୋଗ ଦେଇଥିଲେ।
ଜାପାନରୁ ଡ. ୟୋକୋ ମାକି, ବ୍ରିଟେନରୁ ଡାକ୍ତର ଡାଭିଡ ଜୋଲି, ଡାକ୍ତର କୃଷ୍ଣ ପେମାରାଜୁ, ଡାକ୍ତର ବିଶ୍ୱ ମିଶ୍ର, ଭାରତରୁ ଡାକ୍ତର ପି. ଶିବକୁମାର (ବାଙ୍ଗାଲୁରୁର
ନିମାହଂସରୁ) ଓ ଭୁଟାନରୁ ଡକ୍ଟର ସାମଡୁ ଛେତ୍ରୀ ପରିଣତ ବୟସର ବିଭିନ୍ନ ସମସ୍ୟା ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ସେହିପରି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇ ଉତ୍ତର ଦେଇଥିଲେ।
ଜାପାନ ଓ ଭାରତ ଭିତରେ
ଥିବା ଆନୁମାନିକ ଜୀବନ-କାଳ ଓ ସୁସ୍ଥ ଜୀବନ-କାଳ ଉପରେ ଡକ୍ଟର ମାକି ଆଲୋକପାତ କରିବା ସହ ଗୋଷ୍ଠୀଜୀବନକୁ ଉନ୍ନତ କଲେ ଏହା ଜୀବନକୁ କେମିତି ଅଧିକ ସୁସ୍ଥ ଓ ସତେଜ
ରଖି ହେବ ତାହାର ଉଦାହରଣ ଦେଇଥିଲେ।
ଡିମେନ୍ସିଆର ନିରାକାରଣ ସମ୍ପର୍କରେ ଡାକ୍ତର ଜୋଲି, ଗଣ୍ଠିପୀଡା ଓ ରୋଗର ଚିକିତ୍ସା ସମ୍ପର୍କରେ ଡାକ୍ତର ପେମାରାଜୁ, ଡାଇବେଟିସର ନିରାକରଣ
ସମ୍ପର୍କରେ ଡାକ୍ତର ମିଶ୍ର, ବୃଦ୍ଧାବସ୍ଥାରେ ଉଦାସରୋଗ ଓ ଆତ୍ମହତ୍ୟା ଉପରେ ଡାକ୍ତର ଶିବକୁମାର ଓ ଶେଷରେ ଖୁସି ରହିବାର ଉପାୟ ବିଷୟରେ ଡକ୍ଟର ଛେତ୍ରୀ ସୂଚନା ପ୍ରଦାନ କରିଥିଲେ। କହିଥିଲେ।
ଏହି କାର୍ଯ୍ୟକ୍ରମକୁ ଇଂଲଣ୍ଡରେ ରହୁଥିବା ବାଲେଶ୍ଵର ଜିଲ୍ଲାର ଡାକ୍ତର ନୀଳମାଧବ କର , ଡାକ୍ତର ଅପର୍ଣ୍ଣା ପ୍ରସନ୍ନ, ଡାକ୍ତର ତୁଷାରକାନ୍ତି ଦାସ, ଡାକ୍ତର ସୁଶାନ୍ତ ପାଢ଼ୀ ଓ ଡାକ୍ତର ପ୍ରଶାନ୍ତ ମହାପାତ୍ର ପରିଚାଳନା କରିଥିଲେ ୲ କାର୍ଯ୍ୟକ୍ରମକୁ ଭାରତର ଜୀବନ ଗୁଣମାନ ଅନୁସନ୍ଧାନ ଓ ଉନ୍ନୟନ ପ୍ରତିଷ୍ଠାନ ତଥା ବ୍ରିଟେନର ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଇନସାଇଟ ସହଯୋଗ ପ୍ରଦାନ କରିଥିଲେ ୲