ଗଞ୍ଜାମ– ସାମ୍ବାଦିକ ମାନଙ୍କୁ କୋଭିଡ଼୍-୧୯ ସମ୍ପର୍କରେ ସୂଚନା ଦେବା ପାଇଁ ଗଞ୍ଜାମ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀଙ୍କ ତତ୍ୱାବଧାନାରେ ଗଞ୍ଜାମ ଜିଲ୍ଲା କୋଭିଡ଼୍-୧୯ ଅପଡେଟ୍ ନାମକ ଏକ ହ୍ୱାଟସ୍ ଅପ୍ ଗୃପ୍ ଖୋଲାଯାଇ ଏହାରି ମାଧ୍ୟମରେ ସୂଚନା ପ୍ରଦାନ କରାଯାଉଛି । ତେବେ ଏଥିରେ ନିର୍ଦ୍ଦିଷ୍ଟ କେତେକ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ହ୍ୱାଟସ୍ ଅପ୍ ଗୃପ୍ ରେ ସାମିଲ୍ କରାଯାଇଛି । ଯାହାକୁ ନେଇ ସାମ୍ବାଦିକଙ୍କ ମହଲରେ କ୍ଷୋଭ ପ୍ରକାଶ ପାଇଛି । ଏବଂ ଗୃପ୍ ରେ ସାମିଲ୍ ହୋଇନଥିବା ସାମ୍ବାଦିକ ମାନେ କୋଭିଡ଼୍ ସମ୍ପର୍କରେ ଅପଡେଟ୍ ସୂଚନା ପାଇପାରୁନାହାଁନ୍ତି । ଏଣୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଘଟଣାର ତଦନ୍ତ କରି ସମସ୍ତ ଗଣମାଧ୍ୟମର ପ୍ରତିନିଧଙ୍କୁ ଏହି ହ୍ୱାଟସ୍ ଅପ ୍ ଗୃପ୍ ରେ ସାମିଲ୍ କରି କୋଭିଡ଼୍ ସମ୍ପର୍କିତ ଅପଡେଟ୍ ସୂଚନା ପ୍ରଦାନ କରିବାକୁ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି ହେଉଛି ।
Related Stories
November 23, 2024