ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ କୋଭିଡ଼୍ ଯୋଦ୍ଧା ତଥା ଅଙ୍ଗନବାଡ଼ି କର୍ମୀ ମାନେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ପ୍ରତାରଣାର ପ୍ରତିବାଦ କରି ଜାରୀ ରଖିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ଦଶମ ଦିନରେ ପହଂଚିଛି । ଫଳରେ କରୋନା ରୋଗୀଙ୍କ ସେବା ଏବଂ ଶିଶୁ ଓ ମହିଳା ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଘଟଣାରେ ହସ୍ତକ୍ଷେପ ପୂର୍ବକ ସମସ୍ୟାର ସମାଧାନ କରିବାକୁ ଦାବି ହେଉଛି ।
ଜିଲ୍ଲା ଅଙ୍ଗନବାଡ଼ି ସଂଘର ସଭାନେତ୍ରୀ ରଞ୍ଜିତା ରଥଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ଅଙ୍ଗନବାଡ଼ି କର୍ମୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।