ଗଞ୍ଜାମ– ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସରକାରୀ ଶିଳ୍ପ ତାଲିମ୍ ପ୍ରତିଷ୍ଠାନ (ଆଇଟିଆଇ) ରାଜ୍ୟରେ ଦ୍ୱିତୀୟ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି । ହିଞ୍ଜିଳିକାଟୁ ସରକାରୀ ଆଇଟିଆଇକୁ ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି । ବୈଷୟିକ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଦିଗରୁ ବିଚାର କରି ଦେଶର ଶ୍ରେଷ୍ଠ ୧୦୦ଟି ଆଇଟିଆଇ ମଧ୍ୟରେ ହିଞ୍ଜିଳିକାଟୁ ସରକାରୀ ଆଇଟିଆଇକୁ ୧୫ ତମ ସ୍ଥାନ ମିଳିଛି । ବ୍ରହ୍ମପୁର ପରେ ରାଜ୍ୟର ଦ୍ୱିତୀୟ ଶ୍ରେଷ୍ଠ ସ୍ଥାନରେ ରହିଛି ଏହି ଶିଳ୍ପ ତାଲିମ୍ ପ୍ରତିଷ୍ଠାନ । ଏହି ତାଲିକାରେ ଓଡ଼ିଶାର ୧୧ଟି ଆଇଟିଆଇ ସ୍ଥାନିତ ହୋଇଛି । କେନ୍ଦ୍ର ସରକାରଙ୍କ ଏମଏସଜିଇ ବିଭାଗ ଅଧିନ ଡାଇରେକ୍ଟର ଜେନେରାଲ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି । ୨୦୧୮ ରେ ପ୍ରକାଶିତ ଏହି ତାଲିକାରେ ମଧ୍ୟ ହିଞ୍ଜିଳିକାଟୁ ଆଇଟିଆଇ ରାଜ୍ୟର ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲା । ମାତ୍ର ୬ ବର୍ଷ ତଳେ ଏହି ସରକାରୀ ଆଇଟିଆଇ ନିଜସ୍ୱ କୋଠା ହିଞ୍ଜିଳିକାଟୁ ବ୍ଲକର ପୋଚିଲିମାକୁ ସ୍ଥାନାନ୍ତରିତ ହୋଇଥିଲା ।
ଏହି ସଫଳତା ପରେ ଆଇଟିଆଇର ଅଧ୍ୟକ୍ଷ ଅମୂଲ୍ୟ କୁମାର ପଣ୍ଡା, ସମସ୍ତ ଅଧ୍ୟାପକ କର୍ମଚାରୀ ଓ ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ ଅଛନ୍ତି ।