ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଣ୍ଡାମାନ ଓ ନିକୋବର ସହିତ ଭାରତୀୟ ମୁଖ୍ୟ ଭୂଖଣ୍ଡର ସମୁଦ୍ର ତଳ (ସବ୍ମେରାଇନ) ଅପ୍ଟିକାଲ ଫାଇବର କେବ୍ଲ (ଓଏଫ୍ସି) ବ୍ୟବସ୍ଥାର ଶୁଭ ଉଦ୍ଘାଟନ କରିଛନ୍ତି । ଏକ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଏହି ସେବାକୁ ଜାତି ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଅଣ୍ଡାମାନର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ସମୁଦ୍ର ଭିତରେ ୨୩ ଶହ କିମି କେବୁଲ ବିଛାଇବା କାମ ନିର୍ଧାରିତ ସମୟରୁ ଆଗରୁ ଶେଷ ହେବା ଅତ୍ୟନ୍ତ ପ୍ରଶଂସନୀୟ । ଗଭୀର ସମୁଦ୍ରରେ ସର୍ଭେ କରିବା, କେବୁଲ କ୍ୱାଲିଟିକୁ ମେଂଟେନ କରିବା ଓ ବିଶେଷ ଜାହାଜ ଜରିଆରେ କେବୁଲ ବିଛାଇବା ସହଜ ନୁହେଁ । ତେବେ କରୋନା ସମୟରେ ମଧ୍ୟ ଯେତେବେଳେ ସବୁ କାମ ବନ୍ଦ ହୋଇ ଯାଇଥିଲା ସେ ମଧ୍ୟ ଏହି କାମକୁ ରୋକି ପାରି ନ ଥିଲା ବୋଲି ଶ୍ରୀ ମୋଦି କହିଛନ୍ତି ।
ଉଲ୍ଲେଖନୀୟ ଯେ ଚେନା୍ନଇରୁ ପୋର୍ଟବ୍ଳେୟାର ଯାଏଁ ଏହି କେବ୍ଲ ସଂଯୋଗ କରାଯାଇଛି । ଏହାଛଡା ପୋର୍ଟବ୍ଲେୟାରରୁ ସ୍ୱରାଜ ଦ୍ୱୀପ, ଲିଟିଲ୍ ଆଣ୍ଡାମାନ, କାର ନିକୋବର, କାମତ୍ତର୍ତା, ଗ୍ରେଟ ନିକୋବର, ଲଙ୍ଗ୍ ଆଇଲାଣ୍ଡ ଓ ରଙ୍ଗତ୍ ଆଦି ୭ଟି ଦ୍ୱୀପକୁ ଏହି ସମୁଦ୍ରତଳ କେବ୍ଲ ସେବା ସଂପ୍ରସାରିତ ହୋଇଛି । ଏହା ଫଳରେ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ସହିତ ଭାରତୀୟ ମୁଖ୍ୟ ଭୂଖଣ୍ଡରୁ ବିଶ୍ୱାସଯୋଗ୍ୟ ଏବଂ ତ୍ୱରିତ ମୋବାଇଲ ତଥା ଲ୍ୟାଣ୍ଡଲାଇନ ଟେଲିକମ୍ ସେବା ଉପଲବ୍ଧ ହୋଇପାରିବ । ୨୦୧୮ ଡିସେମ୍ବର ୩୦ରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପୋର୍ଟବ୍ଲେୟାରଠାରେ ଏହି ପ୍ରକଳ୍ପର ଶୁଭ ଦେଇଥିଲେ ।