ଭୁବନେଶ୍ୱର – ଆସନ୍ତା ଅଗଷ୍ଟ ୧୨ ତାରିଖରେ ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହି ସୂଚନା ଦେଇଛନ୍ତି । ୧୨ ତାରିଖ ଦିନ ମଧ୍ୟାହ୍ନ ୧୨.୩୦ ମିନିଟ୍ ସମୟରେ ପରୀକ୍ଷା ଫଳ ସିଏଚଏସଇର ୱେସାଇଟ୍ ରେ ପ୍ରକାଶିତ ହେବ । ସେହିପରି ଅଗଷ୍ଟ ତୃତୀୟ ସପ୍ତାହରେ ଯୁକ୍ତ ୨ ବାଣିଜ୍ୟ ଓ ମାସ ଶେଷ ସପ୍ତାହରେ କଳା ରେଜଲ୍ଟ ପ୍ରକାଶ ପାଇବ ।
ଅନ୍ୟପକ୍ଷରେ ସେପ୍ଟେମ୍ବର ୧୪ ରୁ ୨୨ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ସପ୍ଲିମେଂଟାରୀ ପରୀକ୍ଷା ଅନୁଷ୍ଠିତ ହେବ । ଏବଂ ସେପ୍ଟେମ୍ବର ୧୪ରୁ ୨୪ ମୁକ୍ତ ବିଦ୍ୟାଳୟର ସପ୍ଲିମେଂଟାରୀ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତିି ।
ଉଲ୍ଲେଖ୍ୟଯୋଗ୍ୟ ଯେ ଚଳିତ ବର୍ଷ ମୋଟ ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ର ଯୁକ୍ତ ୨ ପରୀକ୍ଷା ଦେଇଥିଲେ ।