ଭୁୁବନେଶ୍ୱର– ରାମମନ୍ଦିର ଶିଳାନ୍ୟାସ ଓ ରାମ ମନ୍ଦିର ନିର୍ମାଣ ଦେଶର ଭକ୍ତମାନେ ସ୍ୱାଗତ କରିଛନ୍ତି କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥାଇ । ବର୍ତମାନ ସରକାର ଦଳୀୟ କାର୍ଯ୍ୟକ୍ରମ ହିସାବରେ ରାମ ମନ୍ଦିର ଶିଳାନ୍ୟାସ କରିବା ଉଚିତ୍ ନୁହେଁ । ବିରୋଧି ଦଳ ମାନଙ୍କୁ ନିମନ୍ତ୍ରଣ ନକରିବା ଏବଂ ବିଜେପି କାର୍ଯ୍ୟକ୍ରମରେ ଏହାର ଶିଳାନ୍ୟାସ କରିବା ନିନ୍ଦନିୟ ବୋଲି କଂଗ୍ରେସର ବରିଷ୍ଠ ନେତା ତଥା ଆଡଭୋକେଟ ଶିବାନନ୍ଦ ରାୟ ଏକ ପ୍ରେସ୍ବିଜ୍ଞପ୍ତିରେ ଜଣାଇଛନ୍ତି ।
ମହାତ୍ମା ଗାନ୍ଧୀ ପ୍ରତ୍ୟେକ ଦିନ ଗୀତା ପଢ଼ିଥାନ୍ତି ଓ ରାମ ନାମ ଜପିଥାନ୍ତି । ମହାତ୍ମା ଗାନ୍ଧି କସ୍ମିନ୍କାଳେ ରାଜନୀତି ଉଦ୍ଦେଶ୍ୟରେ କୌଣସି ଧର୍ମକୁ ବ୍ୟବହାର କରିନାହାନ୍ତି । ରାମ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରସିଂହ ରାଓ ଓ ରାଜୀବ ଗାନ୍ଧୀ ସଂପୂର୍ଣ୍ଣ ସମର୍ଥନ କରିଥିଲେ । କିନ୍ତୁ ତାକୁ ଦଳୀୟ କାର୍ଯ୍ୟକ୍ରମରେ ବ୍ୟବହାର କରିନଥିଲେ ବୋଲି ସେ କହିଛନ୍ତି ।