ଭଦ୍ରକ– ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବର୍ହି ବିଭାଗ (ଓପିଡ଼ି) ୪୮ ଘଂଟା ପାଇଁ ବନ୍ଦ ରହିବ । ଓପିଡ଼ି ବନ୍ଦ ରହିଲେ ସୁଦ୍ଧା ଜରୁରିକାଳୀନ ସେବା ଚାଲୁ ରହିବ । ଚିକିତ୍ସାଳୟର ଜଣେ ଡ଼ାକ୍ତର ଓ ତାଙ୍କ ଡ଼୍ରାଇଭରଙ୍କୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଗତକାଲି ରାତି ୮ଟା ଠାରୁ ଏହି ସେବା ବନ୍ଦ ରହିଛି । ଏହି କଟକଣା ଆସନ୍ତାକାଲି ରାତି ୮ଟା ପର୍ଯ୍ୟନ୍ତ ବଳବତର ରହିବ । ଏବେ ରୋଗୀ ମାନଙ୍କୁ ଆଶୁ ବିଭାଗ ଓ ସର୍ଜରୀ ବିଭାଗର ରୋଗୀ ଦେଖାଯିବ ବୋଲି ସିଡ଼ିଏମଓ ସୂଚନା ଦେଇଛନ୍ତି । ଓପିଡ଼ିକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯିବା ପରେ ପ୍ରଶାସନ ପକ୍ଷରୁ ଓପିଡ଼ିରେ ରୋଗୀ ମାନଙ୍କୁ ପୂର୍ବବତ୍ ସେବା ପ୍ରଦାନ କରାଯିବା ବୋଲି ସୂଚନା ମିଳିଛି ।
Related Stories
November 24, 2024