ସମ୍ବଲପୁର– ହୀରାକୁଦ ଡ଼୍ୟାମ୍ ର ଆଉ ଗୋଟିଏ ଗେଟ୍ ଆଜି ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ଖୋଲା ଯାଇଛି । ଏହାକୁ ମିଶାଇ ୮ଟି ଗେଟ୍ ଦେଇ ଏବେ ଜଳ ନିଷ୍କାସନ ଜାରୀ ରହିଛି । ବାମ ପାଶ୍ୱର୍ ଡାଇକ୍ ରେ ୫ଟି ଓ ଡ଼ାହାଣ ପାଶ୍ୱର୍ ଡାଇକ୍ ରେ ୩ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରୀ ରହିଛି ।
ସେହି ସମୟରେ ଡ୍ୟାମ୍ ମଧ୍ୟକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୧ ହଜାର ୩୨୬ ଘନଫୁଟ୍ ଜଳ ପ୍ରବେଶ କରୁଥିବାର ବେଳେ ଡ୍ୟାମ୍ ରୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୨୦ ହଜାର ଘନଫୁଟ୍ ରୁ ଉର୍ଦ୍ଧ୍ୱ ଜଳ ନିଷ୍କାସନ ହେଉଛି । ବର୍ତମାନ ଡ୍ୟାମ୍ ର ଜଳସ୍ତର ୬୦୮.୩୧ ରହିଛି । ବନ୍ଧର ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଛି । ଉପର ମୁଣ୍ଡରେ ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇଥିଲା । ଏହାକୁ ନିୟନ୍ତ୍ରିତ କରିବା ପାଇଁ ଅଧିକ ଗେଟ୍ ଖୋଲଯାଇଛି ।