ଭୁବନେଶ୍ୱର– ରାଜ୍ୟରେ ଗୋଟିଏ ଦିନରେ ୧୬୪୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୪୪୧୯୩ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।
ଆଜି ଚିହ୍ନଟ ହୋଇଥିବା ୧୬୪୩ ଜଣଙ୍କ ମଧ୍ୟରୁ ୧୦୧୮ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୬୨୫ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୮ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଂଜାମ ଓ ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୨୭୪ ଟି ଲେଖାଏ ନୂଆ ମାମଲା ସାମନାକୁ ଆସିଛି ।
ଅନୁଗୁଳ ଜିଲ୍ଲାରେ ୧୬, ବାଲେଶ୍ୱର ଜିଲ୍ଲାରେ ୭୩ ଜଣ, ବରଗଡ ଜିଲ୍ଲାରେ ୭, ଭଦ୍ରକ ଜିଲ୍ଲାରେ ୨, ବଲାଙ୍ଗିର ଜିଲ୍ଲାରେ ୪୩.ବୌଦ୍ଧ ଜିଲ୍ଲାରେ ୭,କଟକ ଜିଲ୍ଲାରେ ୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଢେଙ୍କାନାଳ ଜିଲ୍ଲାରେ ୩୬, ଗଜପତି ଜିଲ୍ଲାରେ ୩୫, ଜଗତସିଂହପୁର ଜିଲ୍ଲାରେ ୨୧, ଯାଜପୁର ଜିଲ୍ଲାରେ ୩୬. ଝାରସୁଗୁଡା ଜିଲ୍ଲାରେ ୨, କଳାହାଣ୍ଡି ଜିଲ୍ଲାରେ ୩୦. କନ୍ଧମାଳ ଜିଲ୍ଲାରେ ୫୨, କେନ୍ଦ୍ରାପଡା ଜିଲ୍ଲାରେ ୧୪,କେନ୍ଦୁଝର ଜିଲ୍ଲାରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କୋରାପୁଟ ଜିଲ୍ଲାରେ ୫୦ ଜଣ, ମାଲକାନଗିରି ଜିଲ୍ଲାରେ ୨୭ , ମୟୁରଭଂଜ ଜିଲ୍ଲାରେ ୩୯, ନବରଙ୍ଗପୁୁରରେ ୫, ନୟାଗଡ ଜିଲ୍ଲାରେ ୪୦, ନୂଆପଡା ଜିଲ୍ଲାରେ ୧, ପୁରୀ ଜିଲ୍ଲାରେ ୯୨ , ରାୟଗଡା ଜିଲ୍ଲାରେ ୧୩୬, ସମ୍ବଲପୁର ଜିଲ୍ଲାରେ ୧୧୨ତଥା ସୁନ୍ଦରଗଡ ଜିଲ୍ଲାରେ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।