-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର – ଆଜି ଗଂଜାମ ଜିଲ୍ଲାରେ ୨୭୪ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୨୬୩୩ ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୪୨୭, ବାଲେଶ୍ୱର ଜିଲ୍ଲାରେ ୧୩୧୮, ବରଗଡ ଜିଲ୍ଲାରେ ୫୮୩, ଭଦ୍ରକ ଜିଲ୍ଲାରେ ୮୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୬୩୧ . ବୌ ଦ୍ଧ ଜିଲ୍ଲାରେ ୨୦୩, କଟକ ଜିଲ୍ଲାରେ ୨୯୫୩, ଦେବଗଡ ଜିଲ୍ଲାରେ ୯୬, ଢେଙ୍କାନାଳ ଜିଲ୍ଲାରେ ୫୩୧. ଗଜପତି ଜିଲ୍ଲାରେ ୧୯୦୪, ଜଗତସିଂହପୁର ଜିଲ୍ଲାରେ ୮୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୧୫୬୩, ଝାରସୁଗୁଡା ଜିଲ୍ଲାରେ ୩୮୫, କଳାହାଣ୍ଡି ଜିଲ୍ଲାରେ ୪୬୩, କନ୍ଧମାଳ ୮୪୦, କେନ୍ଦ୍ରାପଡା ଜିଲ୍ଲାରେ ୬୪୯, କେନ୍ଦୁଝର ଜିଲ୍ଲାରେ ୧୦୧୧, ଖୋର୍ଧା ଜିଲ୍ଲାରେ ୬୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୧୧୪୪ , ମାଲକାନଗିରି ଜିଲ୍ଲାରେ ୮୩୬, ମୟୁରଭଂଜ ଜିଲ୍ଲାରେ ୮୬୧. ନବରଙ୍ଗପୁର ଜିଲ୍ଲାରେ ୩୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୯୦୩, ନୂଆପଡା ଜିଲ୍ଲାରେ ୧୬୩ , ପୁରୀ ଜିଲ୍ଲାରେ ୧୨୧୮, ରାୟଗଡା ଜିଲ୍ଲାରେ ୧୪୬୧. ସମ୍ବଲପୁର ଜିଲ୍ଲାରେ ୯୮୭. ସୁବର୍ଣପୁର ଜିଲ୍ଲାରେ ୧୫୬ ଓ ସୁନ୍ଦରଗଡ ଜିଲ୍ଲାରେ ୨୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।