ଭୁୁବନେଶ୍ୱର – ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମାନବ ମହାକାଶ ମିଶନ ଗଗନଯାନରେ ସାମିଲ ହେବାକୁ ଯାଉଛନ୍ତି ଓଡ଼ିଆ ପୁଅ ୱିଙ୍ଗ କମାଣ୍ଡର ନିଖିଲ ରଥ । ୨୦୨୨ରେ ହେବାକୁ ଥିବା ଏହି ମିଶନ ପାଇଁ ଚୂଡ଼ାନ୍ତ କରାଯାଇଥିବା ୪ ଜଣ କ୍ରିଉ ସଦସ୍ୟଙ୍କ ମଧ୍ୟରେ ସେ ସ୍ଥାନ ପାଇଛନ୍ତି ।
ସବୁକିଛି ଯୋଜନା ଅନୁସାରେ ଚାଲିଲେ ସେ ମହାକାଶକୁ ଯିବାରେ ପ୍ରଥମ ଓଡ଼ିଆ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଋଷିଆରେ ତାଲିମ ନେଉଥିବା ଭାରତୀୟ ବାୟୁସେନାର ଗଗନଯାନ ଟିମ ନିକଟରେ ନିଜର ତାଲିମ ଶେଷ କରିଛି । ଏହି ଟିମରେ ଥିବା ନିଖିଳ ନିଜର ତାଲିମ ସଂପୂର୍ଣ୍ଣ କରିଛନ୍ତି ।
ନିଖିଲଙ୍କ ପରିବାର ବଲାଙ୍ଗୀର ସହରର ସୁଦପଡ଼ା ରୁହନ୍ତି । ଗତ ୨୦୦୪ ମସିହାରେ ନିଖିଲ ବାୟୁସେନାରେ ସାମିଲ ହୋଇଥିଲେ । ବର୍ତମାନ ସେ ଚଣ୍ଡୀଗଡ଼ ଏୟାରବେସ୍ ରେ ୱିଙ୍ଗ୍ କମାଣ୍ଡର ଭାବେ କାର୍ଯ୍ୟରତ ଅଛନ୍ତି । ଏୟାରଫୋର୍ସର ଅନେକ କଠିନ ମିଶନରେ ନିଖିଲ ସାମିଲ ଥିବାବେଳେ ସଫଳତାର ସହ ତାକୁ ସଂପାଦନ କରି ଅନେକ ଥର ପୁରସ୍କୃତ ମଧ୍ୟ ହୋଇଛନ୍ତି ।