
ନୂଆଦିଲ୍ଲୀ– ଗିରୀଶ ଚନ୍ଦ୍ର ମୁର୍ମୁ ଶନିବାର ଦିନ ଦେଶର ନୂଆ ସିଏଜି(ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗିରୀଶଙ୍କୁ ଶପଥ ପାଠ କରାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରମୁଖ ଉପସ୍ଥିତ ଥିଲେ ।
ଉଲ୍ଲେଖନୀୟ ଯେ ୧୯୮୫ ବ୍ୟାଚର ଗୁଜରାତ କାଡରର ଆଇଏଏସ ଅଧିକାରୀ ଗିରୀଶ ଚନ୍ଦ୍ର ମୁର୍ମୁ ଏହା ପୂର୍ବରୁ ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ଭାବେ ଦାୟିତ୍ୱରେ ଥିଲେ । ସେ ଅଗଷ୍ଟ ମାସ ୫ ତାରିଖ ଦିନ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ।