ନୂଆଦିଲ୍ଲୀ– ଗଲୱାନ୍ ଅଂଚଳର ଉତରରେ ଥିବା ଡେପସାଙ୍ଗ ସମତଳ ଅଂଚଳରୁ ସୈନ୍ୟ ହଟାଇବା ଭାରତ ଏବଂ ଚୀନ୍ ମଧ୍ୟରେ ମେଜର ଜେନେରାଲ ସ୍ତରୀୟ ଆଲୋଚନା ଜାରି ରହିଛି । ଏହି ବାର୍ତାଳାପ ଦୌଲତ ବେଗ ଓଲଡି ଠାରେ ଚାଲିଛି । ଭାରତ ପକ୍ଷରୁ ୩ ମାଉେଂଟନ୍ ଡିଭିଜନର ଜେନେରାଲ୍ ଅଫିସର କମାଣ୍ଡିଂ ମେଜର ଜେନେରାଲ୍ ଅଭିଜିତ୍ ବାପଟ ଏହି ଆଲୋଚନାରେ ରହିଛନ୍ତି । ଚୀନ୍ ପକ୍ଷରୁ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ସିନିୟର କର୍ଣ୍ଣେଲ ହାନ ରୁଇ ଥା ଏହି ସଭାର ନେତୃତ୍ୱ ନେଉଛନ୍ତି ।
ଡେପସାଙ୍ଗର ବିପରୀତ ପାର୍ଶ୍ୱରେ ପ୍ରାୟ ୧୫,୦୦୦ ଚୀନ୍ ସୈନିକଙ୍କର ଏକ ବିଶାଳ ସମାବେଶ ହୋଇଛି ।ଏହାକୁ ହଟାଇବା ପାଇଁ ବୈଠକରେ ଆଲୋଚନା ହେବ । ୧୬,୦୦୦ ଫୁଟ ଉଚ୍ଚତାରେ ୯୦୦ ବର୍ଗ କିଲୋମିଟର ସମତଳ ଅଂଚଳରୁ ସୈନ୍ୟ ପ୍ରତ୍ୟାହାର ଏବଂ ସେଠାରୁ ଅପସାରଣ ବ୍ୟବସ୍ଥା ଉପରେ ଆଲୋଚନା ହେବ ।
ଏଲଏସି (ଲାଇନ୍ ଅଫ୍ ଆକ୍ଟୁଆଲ୍ କେଂଟ୍ରାଲ୍) ଠାରେ ପୂର୍ବସ୍ଥିତି ଫେରାଇ ଆଣିବାକୁ ଏକ କମାଣ୍ଡର ସ୍ତରୀୟ ବାର୍ତାଳପ ହୋଇଥିଲା, କିନ୍ତୁ କୌଣସି ଠୋସ୍ ସମାଧାନ ହୋଇପାରି ନାହିଁ । ଏହା ପରେ ଶନିବାର ମେଜର ଜେନେରାଲ ସ୍ତରୀୟ ଆଲୋଚନା ଚାଲିଛି ।
ଉଲ୍ଲେଖ୍ୟଯୋଗ୍ୟ ଭାରତୀୟ ସେନାର ଡେପସାଙ୍ଗରେ ଭଲ ଅନୁପ୍ରବେଶ ହୋଇଥିବାବେଳେ ପିପୁଲ୍ସ ଲିବରେସନ୍ ଆର୍ମି ଏହାର ପୂର୍ବ ମୁଣ୍ଡରେ ଅଛି । ଚୀନ୍ ସୈନ୍ୟମାନେ ଦୌଲତ୍ ବେଗ୍ ଓଲଡିର ରଣନୀତିକ ଏୟାରଫିଲ୍ଡଠାରୁ ୨୫ କିଲୋମିଟର ଦୂରରେ ଥିବା ‘ବଟଲେନେକ୍’ ନାମକ ଏକ ଅଂଚଳ ଉପରେ ଧ୍ୟାନ ଦେଉଛନ୍ତି ।