ମୁମ୍ବାଇ– ହସ୍ପିଟାଲରେ ୨୯ ଦିନ ବିତାଇବା ପରେ କରୋନାରୁ ସୁସ୍ଥ ହୋଇଛନ୍ତି ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ । ଅଭିଷେକ ବଚ୍ଚନଙ୍କ କରୋନା ରିପୋର୍ଟ ପଜିଟିଭ ମିଳିବା ପରେ ଗତ ଜୁଲାଇ ୧୧ ରେ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ବର୍ତମାନ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ଏବଂ ସେ ଘରକୁ ଯିବାକୁ ପ୍ରସ୍ତୁତ । ଅଭିଷେକ ନିଜେ ସୋସିଆଲ ମିଡିଆରେ ଏହି ଖୁସି ଖବର ସେୟାର କରିଛନ୍ତି ।
ଅଭିଷେକ ତାଙ୍କ ଟୁଇଟରରେ ଉଲ୍ଲେଖ କରିଛନ୍ତି ଯେ ଆଜି ଅପରାହ୍ନରେ ମୋର କରୋନା ପରୀକ୍ଷା ନକାରାତ୍ମକ ହୋଇଛି । ମୋ ପାଇଁ ପ୍ରାର୍ଥନା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ମୁଁ ବହୁତ ଖୁସି ଯେ ମୁଁ ଘରକୁ ଫେରୁଛି । ମୋର ଏବଂ ମୋ ପରିବାରର ଏପରି ଭଲ ଯତ୍ନ ନେଇଥିବାରୁ ମୁଁ ନାନାବତୀ ଡାକ୍ତରଖାନାର ଡାକ୍ତର ଏବଂ ନର୍ସମାନଙ୍କୁ ଗଭୀର କୃତଜ୍ଞତା ଜଣାଉଛି ।
ଗତ ଜୁଲାଇ ୧୧ ରେ ଅଭିଷେକ ବଚ୍ଚନ ଏବଂ ଅମିତାଭ ବଚ୍ଚନ ସାମାନ୍ୟ ଜ୍ୱର ଏବଂ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବାରୁ ଉଭୟଙ୍କର କରୋନା ପରୀକ୍ଷା କରାଯାଇଥିଲା ଏବଂ ସେମାନେ କରୋନା ପଜିଟିଭ୍ ଜଣାପଡିଥିଲା । ସେହିଦିନ ରାତିରେ ଉଭୟଙ୍କୁ ନାନାବତୀ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଏହାପରେ ପରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନଙ୍କର କରୋନା ଲକ୍ଷଣ ଦେଖାଯିବା ପରେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଚିକିତ୍ସାର ଅଳ୍ପ ଦିନ ପରେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିଥିଲେ । ଗତ ସପ୍ତାହରେ ଅମିତାଭ ବଚ୍ଚନଙ୍କ କରୋନା ପରୀକ୍ଷା ନକାରାତ୍ମକ ହେବା ପରେ ସେ ମଧ୍ୟ ଘରକୁ ଯାଇଥିଲେ ।