ନୂଆଦିଲ୍ଲୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ପିଏମ କିସାନ ଯୋଜନାର ଷଷ୍ଠ କିସ୍ତି ଜାରୀ କରିବେ । ଏହା ସହ ସେ କୃଷି ଭିତିଭୂମି ପାଣ୍ଠିରେ ଏକ ଲକ୍ଷ କୋଟି ଟଙ୍କାର ବିତ ପୋଷଣ ସୁବିଧାର ମଧ୍ୟ ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଟ
ପିଏମଓ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ରବିବାର ଦିନ ୧୧ଟାରେ ଭିଡିଓ କନଫ୍ରେନ୍ସିଂଗ ଜରିଆରେ କୃଷି ଭିତିଭୂମି ପାଣ୍ଠିରେ ଏକ ଲକ୍ଷ କୋଟି ଟଙ୍କାର ବିତ ପୋଷଣ ସୁବିଧାର ଶୁଭାରମ୍ଭ କରିବେ । ଗତ ଜୁଲାଇ ମାସରେ କୃଷି ଭିତିଭୂମି ପ୍ରକଳ୍ପ ଗୁଡିକୁ କମ ହାରରେ ଋଣର ବିସ୍ତାର କରିବା ପାଇଁ ଏକ ଲକ୍ଷ କୋଟି ଟଙ୍କାର ପାଣ୍ଠି ସହ କୃଷି ଭିତିଭୂମି ପାଣ୍ଠିର ସ୍ଥାପନାକୁ ମଂଜୁରୀ ଦିଆ ଯାଇଥିଲା ।
ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ ଷଷ୍ଠ କିସ୍ତି ମଧ୍ୟ ଜାରୀ କରିବେ ପ୍ରଧାନମନ୍ତ୍ରୀ । ଏଥିରେ ୮.୫ କୋଟି ଚାଷୀଙ୍କୁ ୧୭,୦୦୦ କୋଟି ଟଙ୍କାର ବିତରଣ କରା ଯିବ ।