
ବ୍ରହ୍ମପୁର: ଆଜି ବ୍ରହ୍ମପୁର ହରିଡାଖଣ୍ଡୀ ନିକଟସ୍ଥ ଧର୍ମନଗର ଅଞ୍ଚଳର ବିଧବା ମହିଳା କବିତା ଭୂୟାଁ ଚିକିତ୍ସିତ ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକା ଗୁଲରେ ମୃତ୍ୟୁ ବରଣ କଲେ ।ସେ ଦୀର୍ଘ ଦିନ ଧରି ବହୁ ରୋଗରେ ଆକ୍ରାନ୍ତ ହୋଇ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ ।3/4 ବର୍ଷ ପୂର୍ବରୁ ତାଙ୍କରି ସ୍ବାମୀ କିଡିନି ରୋଗର ମୃତ୍ୟୁ ବରଣ କରିଥିଲେ ।ଘରେ ଛୋଟ ଛୋଟ ପୁଅ ଝିଅକୁ ନେଇ ପର ଘରେ କାମ କରି ପରିବାର ପ୍ରତି ପୋଷଣ କରୁଥିଲେ ।ଆଜି ଛୋଟ ଛୋଟ ପୁଅ ଝିଅକୁ ଛାଡି ମାଁ ମଧ୍ୟ ସ୍ବର୍ଗ ପ୍ରାପ୍ତି ହେଲେ ।ଏହି ଦୁଃଖଦାୟକ ଖବର ପାଇ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ପରିବାର ନିକଟରେ ଉପସ୍ଥିତ ରହି କେହି ସାହା ଭାରସା ନଥିବା ଉକ୍ତ ଗରୀବ ବିଧବା ମହିଳାଙ୍କ ଶବ ସତ୍କାର କରାଇବା ସହ ନିଜେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ । ବିଧାୟକଙ୍କ ମାନବିକତା କାର୍ଯ୍ୟକୁ ସାଧାରଣରେ ଉଛ ପ୍ରଶଂସା କରିବା ସହ ଗରୀବ ପରିବାରର ସମସ୍ତ ସାହାଯ୍ୟ ସହାୟତାକୁ ଅଞ୍ଚଳ ବାସୀଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି ।