ନୂଆଦିଲ୍ଲୀ – କରୋନା ଭାଇରସ ଯୋଗୁଁ ପୂରା ବିଶ୍ୱରୁ ଶୁକ୍ରବାର ସକାଳ ସାଢ଼େ ୬ଟା ସୁଦ୍ଧା ୭ ଲକ୍ଷ ୧୬ ହଜାର ୫୧୯ ଜଣଙ୍କର ମୃତ୍ୟୁ ହୋଇସାରିଛି । କୋଭିଡ-୧୯ ଯୋଗୁଁ ୧ କୋଟି ୯୨ ଲକ୍ଷ ୩୭ ହଜାର ୩୩୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧ କୋଟି ୨୩ ଲକ୍ଷ ୪୫ ହଜାର ୪୭୨ ଜଣ ସୁସ୍ଥ ହୋଇସାରିଛନ୍ତି । କିନ୍ତୁ ଏବେବି ୬୧ ଲକ୍ଷ ୭୫ ହଜାର ୩୪୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି, ଯେଉଁଥିରେ କି ୬୫ ହଜାର ୧୮୭ ଜଣଙ୍କର ଅବସ୍ଥା ରହିଛି ଗୁରୁତର ।
ସେହିପରି ମହାମାରୀ କରୋନା ଭାଇରସ କବଳରେ ଛଟପଟ ହେଉଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ଅଧ କୋଟି ବାସିନ୍ଦା । କୋଭିଡ-୧୯ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାରେ ଅଧିକ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏଠାରେ ୫୦ ଲକ୍ଷ ୩୧ ହଜାର ୯୦୧ ଜଣ ଲୋକ ସଂକ୍ରମଣର ଶିକାର ହୋଇଥିବା ବେଳେ ୧ ଲକ୍ଷ ୬୨ ହଜାର ୭୮୩ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ୨୫ ଲକ୍ଷ ୭୬ ହଜାର ୬୩ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨୨ ଲକ୍ଷ ୯୩ ହଜାର ୫୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୮ ହଜାର ୨୯୬ ଜଣ ଗୁରୁତର ଅଛନ୍ତି ।