କଟକ – ଚଉତିରିଶ ବର୍ଷର ବ୍ୟବଧାନ ପରେ କେନ୍ଦ୍ର ସରକାର ପ୍ରଣୟନ କରିଥିବା ନୂତନ ଶିକ୍ଷାନୀତି ୨୦୨୦କୁ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ପକ୍ଷରୁ ସ୍ୱାଗତ କରାଯାଇଛି।
ମହାସଂଘର ଜାତୀୟ କାର୍ଯ୍ୟକାରୀ ପରିଷଦର ସଦସ୍ୟ ଡକ୍ଟର ନାରାୟଣ ମହାନ୍ତି ଏଠାରେ ଏକ ବିବୃତିରେ କହିଛନ୍ତି ଯେ, ଶିକ୍ଷାକ୍ଷେତ୍ରରେ ବ୍ୟୟବରାଦ ଜିଡିପିର ଶତକଡ଼ା ୪.୩ରୁ ଶତକଡ଼ା ୬କୁ ବୃଦ୍ଧି କରିବା ଉପରେ ନୂତନ ଶିକ୍ଷାନୀତିରେ ଆଲୋକପାତ କରାଯାଇଛି । ତା’ ଛଡ଼ା ଗରିବ ପିଲାଙ୍କୁ ବେସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ବିନା ମୂଲ୍ୟରେ ବା ବୃତ୍ତି ଦେଇ ପଢ଼ାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଦୂରଦର୍ଶୀ ତଥା ନମନୀୟ ନୂତନ ଶିକ୍ଷାନୀତିରେ ଏହିପରି ବହୁବିଧ ସ୍ୱାଗତଯୋଗ୍ୟ ସଂସ୍କାର ସ୍ଥାନ ପାଇଛି । ଏହା ଠିକ୍ ଭାବରେ କାର୍ଯ୍ୟକାରୀ ହେଲେ ଭାରତବର୍ଷ ଜ୍ଞାନର ମହାଶକ୍ତି ପାଲଟିବ ବୋଲି ଡକ୍ଟର ମହାନ୍ତି ଆଶାବ୍ୟକ୍ତ କରିଛନ୍ତି ।