ଭୁବନେଶ୍ୱର– ଆଜି ଗଂଜାମ ଜିଲ୍ଲାରେ ୨୬୮ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୨୦୮୦ ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୪୦୨, ବାଲେଶ୍ୱର ଜିଲ୍ଲାରେ ୧୧୭୬, ବରଗଡ ଜିଲ୍ଲାରେ ୫୬୮, ଭଦ୍ରକ ଜିଲ୍ଲାରେ ୮୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୫୫୧ . ବୌ ଦ୍ଧ ଜିଲ୍ଲାରେ ୧୬୨, କଟକ ଜିଲ୍ଲାରେ ୨୭୭୧, ଦେବଗଡ ଜିଲ୍ଲାରେ ୯୬, ଢେଙ୍କାନାଳ ଜିଲ୍ଲାରେ ୪୫୨. ଗଜପତି ଜିଲ୍ଲାରେ ୧୮୩୪, ଜଗତସିଂହପୁର ଜିଲ୍ଲାରେ ୮୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୧୪୬୭, ଝାରସୁଗୁଡା ଜିଲ୍ଲାରେ ୩୫୩, କଳାହାଣ୍ଡି ଜିଲ୍ଲାରେ ୩୪୯, କନ୍ଧମାଳ ୭୭୨, କେନ୍ଦ୍ରାପଡା ଜିଲ୍ଲାରେ ୬୦୧, କେନ୍ଦୁଝର ଜିଲ୍ଲାରେ ୯୯୨, ଖୋର୍ଧା ଜିଲ୍ଲାରେ ୫୫୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୧୦୪୭ , ମାଲକାନଗିରି ଜିଲ୍ଲାରେ ୭୭୩, ମୟୁରଭଂଜ ଜିଲ୍ଲାରେ ୭୮୮. ନବରଙ୍ଗପୁର ଜିଲ୍ଲାରେ ୩୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୮୦୨, ନୂଆପଡା ଜିଲ୍ଲାରେ ୧୬୧ , ପୁରୀ ଜିଲ୍ଲାରେ ୧୦୫୯, ରାୟଗଡା ଜିଲ୍ଲାରେ ୧୧୭୩. ସମ୍ବଲପୁର ଜିଲ୍ଲାରେ ୮୩୬. ସୁବର୍ଣପୁର ଜିଲ୍ଲାରେ ୧୨୩ ଓ ସୁନ୍ଦରଗଡ ଜିଲ୍ଲାରେ ୧୮୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।