ନୂଆଦିଲ୍ଲୀ। ଅହମଦାବାଦର ଏକ କୋବିଡ ହସପିଟାଲରେ ଅଗ୍ନିକାଣ୍ଡ ଯୋଗୁ ଲୋକ ମାନେ ପ୍ରାଣ ହରାଇବା ମାମଲାରେ ଦୁଃଖ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟ୍ୱିଟ କରି କହିଛନ୍ତି ଯେ ଅହମଦାବାଦର ହସପିଟାଲରେ ନିଆଁ ଲାଗିବା ଘଟଣା ସମ୍ପର୍କରେ ସୂଚନା ପାଇ ମୁଁ ଦୁଃଖିତ । ଶୋକ ସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା । ଆହତ ମାନେ ଶୀଘ୍ର ସୁସ୍ଥ ହେବେ ବୋଲି ମୋର ଆଶା । ମୁଁ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଏ ମେୟର ବିଜୟ ପଟେଲଙ୍କ ସହ କଥାବାର୍ତା ହେଲି । ପ୍ରଶାସନ ପ୍ରଭାବିତ ମାନଙ୍କ ପାଇଁ ଯଥା ସମ୍ଭବ ସହାୟତା କରୁଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ପ୍ରତ୍ୟେକ ମୃତକଙ୍କ ପରିବାର ଲୋକଙ୍କୁ ୨-୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି । ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରା ଯାଇଛି ।