
ସାନଖେମୁଣ୍ଡି: ବାହାର ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକ ମାନେ କରୋମ କବଳ ଓ ଖାଇବା ପିଇବାର ଅସୁବିଧାରୁ ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ପରେ ସ୍ୱତନ୍ତ୍ର ଟ୍ରେନ ଓ ବସ ଦ୍ୱାରା ପ୍ରବାସୀ ଶ୍ରମିକ ମାନେ ନିଜ ନିଜ ଘରକୁ ଫେରିଥିଲେ। ଆସିବା ପରେ ପ୍ରବାସୀ ମାନଙ୍କୁ କ୍ବାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯିବ ସହ କ୍ବାରେଣ୍ଟାଇନ ଅବଧି ସରିବା ପରେ ସେମାନଙ୍କୁ ପ୍ରୋତ୍ସାହନ ରାଶି ଦେବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଷ୍ପତି ନିଆଯାଇଥିଲା। କିନ୍ତୁ ପ୍ରବାସୀ ଶ୍ରମିକମାନଙ୍କ କ୍ବାରେଣ୍ଟାଇନ ଅବଧି ଶେଷ ପରେ ସରକାରଙ୍କ ଦ୍ୱାରା ଘୋଷିତ ଦୁଇ ହଜାର ଟଙ୍କା ପ୍ରୋତ୍ସାହନ ଅର୍ଥ ରାଶି ପ୍ରଦାନରେ ବିଳମ୍ବକୁ ପ୍ରତିବାଦ କରି ଗୁରୁବାର ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଫିସ ସମ୍ମୁଖରେ ସାନଖେମୁଣ୍ଡି ବିଜେପି ପକ୍ଷରୁ ଗଣ ଧାରଣା ଦିଆଯାଇଛି। ସୁରତ ରୁ ଫେରି କ୍ବାରେଣ୍ଟାଇନ ରେ ୧୪ ଦିନ ରହି ଘରକୁ ଫେରିଯାଇଥିଲେ ମଧ୍ୟ ଏଯାବତ ସେମାନଙ୍କୁ ପ୍ରୋତ୍ସାହନ ଅର୍ଥ ରାଶୀ ମିଳିନଥିବାରୁ ଅସନ୍ତୋଷ ଲୋକମାନେ ଆଜି ସାମାଜିକ ଦୂରତା ରଖି ମାସ୍କ ପିନ୍ଧି ବ୍ଲକ ଅଫିସ ଆଗରେ ଧାରଣା ଦେଇଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।