
କନ୍ଧମାଳ– କନ୍ଧମାଳ ଜିଲ୍ଲାରେ ଆଜି ଆଉ ୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୫୦ ଜଣ ପୁରୁଷ ଓ ୨୪ ଜଣ ମହିଳା ରହିଛନ୍ତି । ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଫୁଲବାଣୀରୁ ୫ ଜଣ, ଜି. ଉଦୟଗିରି ବ୍ଲକରୁ ୭ ଜଣ, ଦାରିଙ୍ଗବାଡ଼ି ବ୍ଲକରୁ ୧୪ ଜଣ, କେ. ନୂଆଗାଁ ବ୍ଲକରୁ ୮ ଜଣ, କୋଟଗଡ଼ ବ୍ଲକରୁ ୮ ଜଣ, ତୁମୁଡ଼ିବନ୍ଧ ବ୍ଲକରୁ ୭ ଜଣ, ରାଇକିଆ ବ୍ଲକରୁ ଜଣେ ଏବଂ ବାଲିଗୁଡ଼ା ବ୍ଲକରୁ ୨୪ ଜଣ ଆକ୍ରାନ୍ତ ରହିଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୭୨ କୁ ବୃଦ୍ଧି ପାଇଛି । ଅଦ୍ୟାବଧି ୪୨୮ ଆକ୍ରାନ୍ତ ସୁସ୍ଥ ହୋଇ କୋଭିଡ଼୍ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଜିଲ୍ଲାରେ କରୋନାଜନିତ ସକ୍ରିୟ ମାମଲା ୩୪୧ ରହିଥିବା ନେଇ କନ୍ଧମାଳ ଜିଲ୍ଲାପାଳ ଡଃ. ବୃନ୍ଦା ଡି ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ତେବେ କୌଣସି ପ୍ରକାରେ ଏଥିରେ ଭୟଭିତ ନହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ନିରାପଦରେ ଘରେ ରହିବା ଏବଂ କୌଣସି ଜରୁରୀ କାମରେ ବାହାରକୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସେହିପରି ନିୟମିତ ବ୍ୟବଧାନରେ ହାତ ଧୋଇବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।
ସେହିପରି ଜିଲ୍ଲାରେ ଆଜି ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ମୃତକ ଜଣକ ହେଲେ ଫୁଲବାଣୀ ପୌରାଚଂଳ ଅନ୍ତର୍ଗତ ୧୩ ନଂ ୱାର୍ଡ଼ କେନ୍ଦୁପଦର ଅଂଚଳର ୬୧ ବର୍ଷିୟ ଜଣେ ପୁରୁଷ । ସେ ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପଜନିତ ରୋଗରେ ପୀଡ଼ିତ ଥିଲେ । କିଛି ଦିନ ପୂର୍ବେ ତାଙ୍କ ପତ୍ନୀ (୫୮ ବର୍ଷିୟା) କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେ ଫୁଲବାଣି ମୁଖ୍ୟ ଚିକିତ୍ସାଳୟ ପାଥୋଲାବରେ କାର୍ଯ୍ୟରତ ଥିଲେ । ମୃତକ ଜଣକ ତାଙ୍କ ସ୍ୱାମି ବୋଲି ଜଣାପଡିଛି । ଏହାକୁ ମିଶାଇ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ କୁ ବୃଦ୍ଧି ପାଇଛି ।