ସମ୍ବଲପୁର– ବୁର୍ଲା ଭୀମସାର ମେଡ଼ିସିନ ବିଭାଗର ୯ ଜଣ ଡ଼ାକ୍ତର ଗତ ମଙ୍ଗଳବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ଡ଼ାକ୍ତର ମାନଙ୍କ ସଂସ୍ପର୍ଶରେ ଆସିଥିବା ୭୦ ଜଣ ଡ଼ାକ୍ତରଙ୍କୁ କ୍ୱାରେଂଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମେଡ଼ିସିନ ବିଭାଗର ୩୮ ଜଣ ଡ଼ାକ୍ତରଙ୍କ ସମେତ ୭୦ ଜଣ ଡ଼ାକ୍ତର କ୍ୱାରେଂଟାଇନରେ ରହିବେ ବୋଲି ଭୀମସାର ନିର୍ଦ୍ଦେଶକ ଡ଼ାକ୍ତର ଲଳିତ କୁମାର ମେହେର ସୂଚନା ଦେଇଛନ୍ତି ।
ଏଥିସହ ଆଜି ଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ମେଡ଼ିସିନ ବିଭାଗର ଓପିଡ଼ି ବନ୍ଦ ରହିବ । ମେଡ଼ିସିନ ବିଭାଗର ବର୍ହିବିଭାଗ (ଓପିଡ଼ି)କୁ ଆସୁଥିବା ରୋଗୀ ଜେନେରାଲ୍ ଓପିଡ଼ିରେ ଦେଖାଇବା ଲାଗି ବ୍ୟବସ୍ଥା ହୋଇଛି । ସେହିପରି ରୋଗୀଙ୍କ ପାଇଁ ଟେଲି ମେଡ଼ିସିନ ନମ୍ବର ଜାରୀ କରାଯାଇଛି । ୭୬୫୫୦-୫୧୫୯୮ ଏବଂ ୭୬୫୫୦-୫୧୬୦୧ ନମ୍ବରରେ ଟେଲି ମେଡ଼ିସିନ ସୁବିଧା ଉପଲବ୍ଧ କରିପାରିବେ ରୋଗୀ । କରୋନା ସଂକ୍ରମଣକୁ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଭୀମସାର ନିର୍ଦ୍ଦେଶକ ଶ୍ରୀ ମେହେର ।