ଭୁବନେଶ୍ୱର – ପଣ୍ୟ ପରିବହନକାରୀମାନଙ୍କୁ ରେଳପଥ ସହଯୋଗ ରେ ପଣ୍ୟ ପରିବହନ କରିବା ନିମନ୍ତେ ଆକୃଷ୍ଟ କରିବା ପାଇଁ ରେଳପଥ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଜନା ନିକଟରେ ଆରମ୍ଭ କରିଛି । ଏହି ପ୍ରୋତ୍ସାହନ /ଲାଭ, କରାଯାଇଥିବା ପରିବହନ /ଯୋଜନା ମାର୍ଗଦର୍ଶିକା ଅନୁଯାୟୀ ଗୁଡ଼ସ ସେଡ ଏବଂ ସାଇଡିଂ ଠାରେ ଯୋଗାଇ ଦିଆଯାଏ ।ଏହି ପ୍ରୋତ୍ସାହନ ଯୋଜନାକୁ ନୂଆ ପଣ୍ୟ ପରିବହନକାରୀମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ଆହୁରି ଅଧିକ କୋହଳ କରାଯାଇଛି ।
ପୂର୍ବରୁ ଫ୍ଲାଇ ଆଶ ସମାନ ରୂପେ ବସ୍ତା ରେ ଭର୍ତି ହୋଇ ବୋଝେଇ ହେବା କ୍ଷେତ୍ର ରେ ରିହାତି ଦିଆଯାଉଥିଲା ।ବର୍ତମାନ ରେଲୱେ ବୋର୍ଡ ଖୋଲା ୱାଗନରେ ଖୋଲା/ଅଧିକ ପରିମାଣର ଫ୍ଲାଇ ଆଶ ବୋଝେଇ ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି । ମୁକ୍ତ ୱାଗନ (ବସ୍ତା କିମ୍ୱା ଖୋଲା/ଅଧିକ ପରିମାଣର ପ୍ୟାକିଂ) ଓ ଫ୍ଲାଟ ୱାଗନ ଗୁଡିକ ପାଇଁ ଲାଗୁ ହେଉଥିବା ରିହାତି ଏନଟିଆର(ସାଧାରଣ ଟ୍ରାଫିକ ରେଟ) ପାଇଁ ୪୦% ରିହାତି ଏବଂ ୱାଗନ କୁ ଘୋଡାଇ ରଖିବା, ବସ୍ତାରେ ପ୍ୟାକିଂ କରିବା ପାଇଁ ଅନୁମତି ମିଳିବ ଏବଂ ଏଲଆର୧(ନିମ୍ନତମ ଦର ଦେଇଥିବା )ଶ୍ରେଣୀ ଏନଟିଆର ଙ୍କୁ ଏଥିପାଇଁ ଶୁଳ୍କ ଦେବାକୁ ହେବ ।
ଫ୍ଲୋର ରେଟ ଓ ଲିଡ଼ ପାଇଁ କୌଣସି ପ୍ରତିବନ୍ଧକ ନାହିଁ । କିନ୍ତୁ ବସ୍ତାରେ ଥିବା ମାଲ କ୍ଷେତ୍ରରେ ଏଗୁଡିକ ସମାନ ମାନକ ଆକାରର ହେବା ଉଚିତ ଏବଂ ଅଧିକ ପରିମାଣ ର ମାଲ କ୍ଷେତ୍ର ରେ ଏଗୁଡ଼ିକରେ ଜଳ ସିଂଚନ କରାଯିବା ଉଚିତ ଏବଂ ତାରପୋଲିନ ଦ୍ୱାରା ଢଙ୍କା ଯିବା ଦରକାର । ରାଜ୍ୟ /କେନ୍ଦ୍ର ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ସମ୍ବନ୍ଧୀୟ ନିୟମ ରେ ଥିବା ସର୍ତ ପାଳନ କରୁଥିବା ର ସୁନିଶ୍ଚିତ କରିବାକୁ ହେବ । ଏହି ନିର୍ଦ୍ଦେଶାବଳୀ ୮, ଅଗଷ୍ଟ ଠାରୁ କାର୍ଯ୍ୟକାରୀ ହେବ ।
ଏହା ବ୍ୟତୀତ, ରେଲୱେ ବୋର୍ଡ ମଧ୍ୟ ଦୈନିକ ୱାଗନ ପ୍ରତି ୫୦୦ ଟଙ୍କା ହିସାବ ରେ ଥିବା ଷ୍ଟାବିଙ୍ଗ ଦେୟ କୋହଳ କରିଛନ୍ତି । ଏଥିପାଇଁ ୧୮ ମେ ୨୦୨୦ ରୁ ୩୧ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ କେଂଟନର ଟ୍ରାଫିକ ନିମନ୍ତେ କୌଣସି ଷ୍ଟାବିଙ୍ଗ ଦେୟ ଆଦାୟ କରାଯିବ ନାହିଁ । ଏହା ଅତିରିକ୍ତ, ରେଲୱେ ବୋର୍ଡ ଖାଲି କେଂଟନର ଓ ଖାଲି ଫ୍ଲାଟ ୱାଗନର ଚଳାଚଳ ପାଇଁ ପ୍ରତି ଟିଇୟୁ ପାଇଁ ହଲେଜ ଦେୟ ରେ ୨୫% କୋହଳ କରି, ବୋଝେଇ ଥିବା କେଂଟନର ଚଳାଚଳ ପାଇଁ ହଲେଜ ଦେୟ ରେ ପ୍ରତି ଟିଇୟୁ ପ୍ରତି ୫% ରିହାତି ମଂଜୁର କରିଛନ୍ତି । ଏହା ୪ ଅଗଷ୍ଟ ୨୦୨୦ ରୁ ୩୦ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ବଳବତର ରହିବ ।
ପଣ୍ୟ ପରିବହନ ଉପଭୋକ୍ତାଙ୍କ ଲାଭ ପାଇଁ ପୂର୍ବରୁ ୧୪ ପଣ୍ୟ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ ହେଉଥିଲା ଏବଂ ବର୍ତମାନ ଏହା ସହିତ ଆହୁରି ତିନୋଟି ଅଧିକ ପଣ୍ୟ ପ୍ରୋତ୍ସାହନ ଯୋଜନା ଆରମ୍ଭ କରାଯାଇଛି ଯାହାକି ନିଶ୍ଚିତ ରୂପେ ଅଧିକ ଉପଭୋକ୍ତାଙ୍କୁ ରେଳ ମାଧ୍ୟମରେ ସେମାନଙ୍କର ମାଲ ପରିବହନ କରିବା ନିମନ୍ତେ ଆକୃଷ୍ଟ କରିବାପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।