![](https://indokalingtimes.com/wp-content/uploads/2020/06/ikt.jpeg)
ଭୁବନେଶ୍ୱର – ଆସନ୍ତା କାଲି (ଶୁକ୍ରବାର) ଦିନ ଭୁବନେଶ୍ୱରରୁ ଛାଡିବାକୁ ଥିବା ୦୧୦୨୦ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱର ଠାରୁ ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।
ମାତ୍ରାଧିକ ବର୍ଷା ଦ୍ୱାରା ମୁମ୍ବାଇରେ ରେଳଧାରଣା ଉପରେ ପାଣି ଜମିରହିଥିବା ଯୋଗୁଁ ଗତକାଲି (ବୁଧବାର) ମୁମ୍ବାଇରୁ ଛାଡିବାକୁ ଥିବା ୦୧୦୧୯ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ୱତନ୍ତ୍ର ଟ୍ରେନ କୁ ବାତିଲ ରହିଥିଲା । ତେଣୁ ସଂଯୋଗକାରୀ ଟ୍ରେନ ନଆସିବା ଯୋଗୁଁ ଶୁକ୍ରବାର ଦିନ ଭୁବନେଶ୍ୱରରୁ ଛାଡିବାକୁ କୋଣାର୍କ ସ୍ୱତନ୍ତ୍ର ଟ୍ରେନ ବାତିଲ ରହିବ ।