
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୦୫/୦୮/୨୦୨୦, ୫୦୦ ବର୍ଷର ପ୍ରତୀକ୍ଷା ଆନ୍ଦୋଳନ, ବଳିଦାନ, ସଂଘର୍ଷ ତଥା କୋଟି କୋଟି ହିନ୍ଦୁଙ୍କ ସଂକଳ୍ପ କାରଣରୁ ଆଜି ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ଉପରେ ଏକ ଭବ୍ୟ ମନ୍ଦିର ନିର୍ମାଣ ହେବାକୁ ଯାଉଛି |ଆଜି ଭୂମି ପୂଜନ ଅବସରରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ, ପୁରୀ ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଦୀପଦାନ ତଥା ବିଜୟ ଉତ୍ସବ ପାଳନ କରାଯାଇଥିଲା |ହିନ୍ଦୁ ସମାଜ ଅତୀତର କଳଙ୍କିତ ଇତିହାସ ପରିବର୍ତ୍ତନ କରି ହିନ୍ଦୁତ୍ୱ ମାର୍ଗରେ ଏକ ଗଡର ବିଜୟ ଲାଭ କରିଛି |ହିନ୍ଦୁ ସମାଜ ଏହି କଳଙ୍କିତ ଅଧ୍ୟାୟରୁ ସେବେ ମୁକ୍ତି ପାଇଛି ସେବେ କାଶୀ ବିଶ୍ୱନାଥ ତଥା ମଥୁରା ଶ୍ରୀକୃଷ୍ଣ ଜନ୍ମସ୍ଥାନ ମୁକ୍ତ ହୋଇ ସେଠାରେ ଭବ୍ୟ ମନ୍ଦିର ସ୍ଥାପନ କରାଯିବ ତେବେ ସାରାବିଶ୍ୱରେ ହିନ୍ଦୁ ସମାଜ ଉଦ୍ଭାସିତ ହେବ|ଶ୍ରୀରାମ ଜନ୍ମଭୂମି ମୁକ୍ତି ଆନ୍ଦୋଳନରେ ଯୋଗଦାନ ଦେଇଥିବା ସମସ୍ତ କର ସେବକ, ରାମଭକ୍ତ ସନ୍ଥ ସମାଜ ବିଶ୍ୱର କୋଟି କୋଟି ହିନ୍ଦୁ ମାନଙ୍କୁ ଏହି ବିଜୟ ଉତ୍ସବର ଅଭିନନ୍ଦନ |ହିନ୍ଦୁ ସମାଜ ଆଇନତ ସଂଘର୍ଷ କରି ନିଜର ଆରାଧ୍ୟଙ୍କ ମନ୍ଦିର ପ୍ରତିଷ୍ଠା କରିବାକୁ ଯାଉଛି |ଆଜି ତାହାର ପ୍ରଥମ ଚରଣ ବର୍ତ୍ତମାନ” କାଶୀ ମଥୁରା ବିଶ୍ୱନାଥ ଦୋନୋ ଲେଙ୍ଗେ ଏକ ସାଥ ” ସର୍ବୋଚ୍ଚ ନାୟାଳୟ ର ନ୍ୟାୟଧିକ ମାନଙ୍କୁ ନମସ୍କାର |ସମସ୍ତ ବଳିଦାନୀ ହିନ୍ଦୁ ଯୋଦ୍ଧାଙ୍କୁ ନମସ୍କାର, ଜୟ ଶ୍ରୀରାମ |ଆଜିର କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ କୃଷ୍ଣ ଚନ୍ଦ୍ର ପାଢ଼ୀ, ଦେବାଶିଷ ମହାପାତ୍ର, ବାଳକୃଷ୍ଣ ପୂଜାପଣ୍ଡା, ଭବାନୀ ଶଙ୍କର ଦାଶ, ପବିତ୍ର ଦାଶ, ସପନ ତରାଇ, ଜ୍ୟୋତି ପ୍ରକାଶ ପାତ୍ର, ନଗର ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାଶ, ଜିଲ୍ଲା ସଭାପତି ରାମଚନ୍ଦ୍ର ମିଶ୍ର, ଅଭିଳାଷ ବାହିନୀ ପତି ପ୍ରମୁଖ ଉପସ୍ଥିତ ଥିଲେ | ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡିଶା (ପୂର୍ବ ) ନଗର ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାଶ ଏହି ସୂଚନା ପ୍ରଦାନ କରିଥିଲେ |