
ଛତ୍ରପୁର/ବ୍ରହ୍ମପୁର : କୋଭିଡ୍ ଯୋଦ୍ଧାମାନଙ୍କର ମାନବ ଜାତି ପାଇଁ ସର୍ବୋଚ୍ଚ ତ୍ୟାଗକୁ ପୁନଃ ସ୍ମରଣ କରିବା ଓ ସମ୍ମାନ ଜଣାଇବା ତଥା ସେମାନଙ୍କ ସ୍ମୃତିରେ ଆଜି ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ପକ୍ଷରୁ ଏକ ନୀରବ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ପୋଲିସ୍ ଜିଲ୍ଲା ପକ୍ଷରୁ ଆୟୋଜିତ କାର୍ଯ୍ୟ କର୍ମରେ ଦକ୍ଷିଣାଚଳ ଡିଆଇଜି ସତ୍ୟ ବ୍ରତ ଭୋଇ ଓ ଏସ୍ପି ପିନାକ ମିଷ୍ର ଓ ଛତ୍ରପୁର ରେ ଏସ୍ପି ବ୍ରିଜେଶ୍ କୁମାର ରାଏ, ସମେତ ସମସ୍ତ ପୁଲସି ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ହୋଇ କୋଭିଡ ଯୋଦ୍ଧାଙ୍କୁ ଗଭୀର ସମ୍ମାନ ଜଣାଇବା ସହ ଏକମିନଟ୍ ନୀରବ ପ୍ରାର୍ଥନା ହୋଇଥିଲା । ପରେ କୋଭିଡ୍ ଯୋଦ୍ଧାମାନଙ୍କୁ ସହଯୋଗ କରିବା, ସେମାନଙ୍କ କାର୍ଯ୍ୟକୁ ସମର୍ଥନ ଦେବା ଏବଂ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ କୋଭିଡ୍ ଯୁଦ୍ଧରେ ଆମର ଦାୟିତ୍ୱ ପାଳନ କରିବା ପାଇଁ ଏହା ହେବ ଶ୍ରେଷ୍ଠ ମାର୍ଗ ଉଦ୍ଦେଶ୍ୟରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପ୍ରାରମ୍ଭରେ ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ଜିଲ୍ଲାର ୬ ଜଣ କୋଭିଡ୍ ଯୋଦ୍ଧା ତଥା ପୁଲିସ କର୍ମଚାରୀଙ୍କ ବଳିଦାନକୁ ସାଲୁଟ୍ ଜଣାଇବା ସହ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ଓ ପ୍ରଶାନ୍ତ ମିଶ୍ର ଙ୍କ ସମେତ ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଠାକୁର ପ୍ରସାଦ ପାତ୍ର, ଡିଏସ୍ପି ଉତ୍କଳ କେଶରୀ ଦାଶ, ଅଜୟ କୁମାର ମିଶ୍ର ଙ୍କ ସମେତ ଦୁଇ ପୋଲିସ ଜିଲ୍ଲାର ଅଧିକାରୀ ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।