
ମାଲକାନଗିରି– ନିଜ ସର୍ଭିସ୍ ରିଭଲଭରରୁ ଗୁଳି ଚଳାଇ ଜଣେ ବିଏସଏଫ ଯବାନ ଆତ୍ମହତ୍ୟା କରିଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ନିକଟ ବିଏସଏଫ କ୍ୟାମ୍ପ ପରିସରରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ଆତ୍ମହତ୍ୟା କରିଥିବା ଏହି ଯବାନଙ୍କ ନାମ ଶେଷ କର୍ଣ୍ଣ । ତାଙ୍କ ଘର ରାଜସ୍ଥାନ ରାଜ୍ୟରେ । ସେ ଚିତ୍ରକୋଣ୍ଡା ୯ ନଂ ବାଟାଲିଅନରେ କାର୍ଯ୍ୟରତ ଥିଲେ । ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇଛନ୍ତି ତାହା ଅଦ୍ୟାବଧି ଅସ୍ପଷ୍ଟ ରହିଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।
ପ୍ରକାଶ ଥାଉକି, ପାରିବାରିକ ଅଶାନ୍ତି ଓ ଛୁଟି ନମିଳିବାକୁ ନେଇ ଅନେକ ସମୟରେ ଯବାନ ମାନେ ଆତ୍ମହତ୍ୟା କରୁଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ପ୍ରାୟ ବର୍ଷେ ପୂର୍ବେ ଚିତ୍ରକୋଣ୍ଡାରେ ଜଣେ ଯବାନ ଅନୁରୂପ ଭାବେ ଆତ୍ମହତ୍ୟା କରିଥିଲେ ।